ଭୁବନେଶ୍ୱର, ବିଶିଷ୍ଟ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ’ ଙ୍କ ବିୟୋଗରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ଗଭୀର ଶୋକ ପ୍ରକାଶ କରିଛନ୍ତି।
ଏକ ଶୋକବାର୍ତ୍ତାରେ ଡ଼ଃ ମହାଲିଙ୍ଗ କହିଛନ୍ତି ଯେ, “ସ୍ବର୍ଗତ ଦେଙ୍କ ଅକାଳ ବିୟୋଗରେ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ l ତିନି ଦଶନ୍ଧିରୁ ଅଧିକ ସମୟ ଧରି ଉଭୟ କଟକ ତଥା ରାଜ୍ୟବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ତାଙ୍କ ଜୀବନ ସମର୍ପିତ ଥିଲା। ଗୃହ ଓ ନଗର ଉନ୍ନୟନ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ଥିବା ସମୟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ ଯାହାର ସୁଫଳ ଆଜି ମଧ୍ୟ ଓଡିଶାବାସୀ ପାଉଛନ୍ତି। ଏଭଳି ଜଣେ ଉତ୍ସର୍ଗୀକୃତ ଜନନେତାଙ୍କୁ ରାଜ୍ୟବାସୀ ସବୁଦିନ ପାଇଁ ସ୍ମରଣ କରିବେ l ତାଙ୍କ ବିୟୋଗରେ ରାଜ୍ୟ ରାଜନୀତିରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି l
ମନ୍ତ୍ରୀ ଡ଼ଃ ମହାଲିଙ୍ଗ ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୁଁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି।