ଭୁବନେଶ୍ୱର, ପୂର୍ବତନ ମନ୍ତ୍ରୀ ତଥା ବିଶିଷ୍ଟ ରାଜନେତା ସମୀର ଦେ ଙ୍କ ବିୟୋଗରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ବୈଷୟକ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି।
ନିଜ ଶୋକ ବାର୍ତ୍ତାରେ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ ଉଚ୍ଚ ଶିକ୍ଷା ଓ ନଗର ଉନ୍ନୟନ ଭଳି ବିଭାଗରେ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରି ସ୍ବର୍ଗତ ଦେ ଅନେକ କାର୍ଯ୍ୟ କରିଯାଇଥିଲେ I
ଜଣେ ସମାଜସେବୀ, ଦୃଢ଼ ସଂଗଠକ, ପରୋପକାରୀ ତଥା କର୍ମଯୋଗୀ ମଣିଷ ଭାବେ ଭାବେ ସେ ସାରା ରାଜ୍ୟରେ ପରିଚିତ ଥିଲେ I କଟକ ଅଞ୍ଚଳର ବିଧାୟକ ଭାବେ ସେ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରିଯାଇଛନ୍ତି I ତାଙ୍କ ବିୟୋଗ ସମଗ୍ର ରାଜ୍ୟ ତଥା ରାଜନୀତି ଜଗତ ପାଇଁ ଏକ ଅପୂରଣୀୟ କ୍ଷତି I
ମନ୍ତ୍ରୀ ଶ୍ରୀ ପାତ୍ର ସ୍ବର୍ଗତ ଦେ ଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ତାଙ୍କ ପରିବାର ବର୍ଗ ଓ ଆତ୍ମୀୟ ସ୍ୱଜନଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି I