ଭୁବନେଶ୍ୱର– ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ବିୟୋଗରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଗଭୀର ଶୋକବ୍ୟକ୍ତ କରିଛନ୍ତି ।
ଏକ ଶୋକବାର୍ତ୍ତାରେ ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଛନ୍ତି ଯେ ବରିଷ୍ଠ ରାଜନେତା, ସମାଜସେବୀ ଓ ସଂଗଠକ ସମୀର ଦେଙ୍କ ବିୟୋଗ ଓଡ଼ିଶା ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି । ମନ୍ତ୍ରୀ ତଥା ବିଧାୟକ ଭାବେ ତାଙ୍କର ଜନତାଙ୍କ ପ୍ରତି ଥିବା ନିଷ୍ଠାପର ଓ ଉତ୍ତରଦାୟୀ କାର୍ଯ୍ୟ ଅନ୍ୟ ରାଜନେତାଙ୍କ ପାଇଁ ପ୍ରେରଣାଦାୟୀ ରହିବ । ତାଙ୍କର ଅମାୟିକ ଓ ବନ୍ଧୁବତ୍ସଳ ବ୍ୟକ୍ତିତ୍ଵ ପାଇଁ ସେ ସବୁମହଲରେ ଆଦୃତି ଅର୍ଜନ କରିଥିଲେ ।
ବାଚସ୍ପତି ଶ୍ରୀମତୀ ପାଢ଼ୀ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।
Related Stories
November 21, 2024
November 21, 2024