କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଓଡିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ରାଜ୍ୟସ୍ତରୀୟ ସଂସ୍କୃତିକ ଅନୁଷ୍ଠାନ “ସୁଧା” ମିଳିତ ଭାବରେ ଅନ୍ନପୂର୍ଣ୍ଣା ରଙ୍ଗମଂଚରେ “ରାସ ମହୋତ୍ସବ ୨୦୨୪” ରେ ପାରମ୍ପରିକ ସଙ୍ଗୀତ, ଓଡ଼ିଶୀ ନୃତ୍ୟ, ଲୋକନୃତ୍ୟ, ବସନ୍ତ ପଲ୍ଲବୀ, ରାସଲୀଳା,ମଙ୍ଗଳାଚରଣ, ଗଣେଷ ବନ୍ଦନା, ନାଟକ, ନୃତ୍ୟନାଟିକା, ଚିତ୍ରକଳା ଏବଂ ଫ୍ୟାନ୍ସି ଡ୍ୟାନ୍ସ ପ୍ରମୁଖ
କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଓଡିଶା ଗୁରୁକଳାର ଅଧ୍ୟକ୍ଷ ଦୁର୍ଗାମାଧବ କର ମୁଖ୍ୟ ଅତିଥ୍ୟ ଏବଂ ଶ୍ରୀ ନାରାୟଣ ପାଣ୍ଡେ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ । ନିମନ୍ତ୍ରିତ ଅତିଥିମାନେ ଅନୁଷ୍ଠାନର ଏହି ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଓଡ଼ିଆ ଭାଷା, ସଂସ୍କୃତି ତଥା ପରମ୍ପରାର ଉତ୍ଥାନ କରିବାରେ ବିଶେଷ ଭାବେ ସହାୟକ ହେବ ବୋଲି ମତ ପୋଷଣ କରିଥିଲେ। “ ସୁଧା”ର ଅଧ୍ୟକ୍ଷ ଶ୍ରୀ ସଂଜୟ କୁମାର ମିଶ୍ରଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
Related Stories
November 21, 2024
November 21, 2024