ଭୁବନେଶ୍ବର : ଏକ ଶୋକବାର୍ତ୍ତାରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, “ପୂର୍ବତନ ନଗର ଉନ୍ନୟନ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ଦିଗଜ୍ଜ ନେତା ସମୀର ଦେ ଙ୍କ ଦେହାନ୍ତ କଥା ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ l ମାତ୍ର ୬୭ ବର୍ଷ ବୟସରେ ତାଙ୍କ ପରଲୋକ ହେବା ନିଶ୍ଚିତ ରୂପେ ଦୁଃଖର ବିଷୟ l
ସମୀର ମୋର ଜଣେ ଅନ୍ତରଙ୍ଗ ବନ୍ଧୁ ଥିଲେ । ବିଧାନସଭା ଅଧିବେଶନରେ ଆମେ ଦୁହେଁ ଗୋଟିଏ ବେଞ୍ଚରେ ଏକାଠି ବସୁଥିଲୁ । ତାଙ୍କ ସହ ମୋର ଅନେକ ସ୍ମୃତି ରହିଛି । ୨୦୦୦ ଓ ୨୦୦୪ ମସିହାରେ କଟକ ନିର୍ବାଚନ ମଣ୍ଡଳୀରୁ ସେ ଦୁଇ ଦୁଇ ଥର ନିର୍ବାଚିତ ହୋଇ ନଗର ଉନ୍ନୟନ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ଗୁରୁ ଦାୟିତ୍ଵ ତୁଲାଇଥିଲେ l ଭାରତୀୟ ଜନତା ଦଳକୁ ସୁଦୃଢ କରିବାରେ ତାଙ୍କ ଅବଦାନ ଅବିସ୍ମରଣୀୟ l ସେ ଜଣେ ମିଷ୍ଟଭାଷୀ, ମେଳାପୀ, ପରୋପକାରୀ ଏବଂ ସହୃଦୟ ବ୍ୟକ୍ତି ଥିଲେ l ତାଙ୍କର ଏହି ବିୟୋଗ ଓଡ଼ିଶାରେ ଏକ ଅପୂରଣୀୟ ଶୂନ୍ୟ ସ୍ଥାନ ସୃଷ୍ଟି କରିଛି l ଏହି ଦୁଃଖଦ ସମୟରେ ଭଗବାନ ଶ୍ରୀ ଜଗନ୍ନାଥ ତାଙ୍କ ପରିବାରକୁ ଅସୀମ ଶକ୍ତି ଓ ଧର୍ଯ୍ୟ ପ୍ରଦାନ କରନ୍ତୁ l”
ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାର ସଦଗତି କାମନା କରିଛନ୍ତି l