
ଭୁବନେଶ୍ୱର:ପୂର୍ବତନ ମନ୍ତ୍ରୀ ସମୀର ଦେ’ ଙ୍କ ବିୟୋଗରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଗଭୀର ଶୋକ ପ୍ରକାଶ କରିଛନ୍ତି। ସମୀର ଦେଙ୍କ ବିୟୋଗ ଓଡ଼ିଶା ରାଜନୀତି ପାଇଁ ଏକ ବିରାଟ କ୍ଷତି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ।
ତାଙ୍କ ଟ୍ଵିଟ ବାର୍ତ୍ତାରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା କହିଛନ୍ତି ଯେ ଶ୍ରୀ ସମୀର ଦେ,ରାମ ଜନ୍ମଭୂମି ଆନ୍ଦୋଳନ ସମୟରୁ କଟକ ସହର ଏବଂ ଆଖପାଖ ଅଞ୍ଚଳରେ ବ୍ୟକ୍ତିଗତ ଭାବରେ ପହଞ୍ଚି ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ । ସୂଚନା ଯୋଗ୍ୟ ଯେ ନିକଟରେ ବାଲିଯାତ୍ରା ପାଇଁ କଟକ ଯାଇଥିବା ବେଳେ, ଉପମୁଖ୍ୟମନ୍ତ୍ରୀ ଶ୍ରୀ ସମୀର ଦେ’ଙ୍କୁ ଏକ ଘରୋଇ ହସ୍ପିଟାଲରେ ଭେଟିଥିଲେ।
ଅମର ଆତ୍ମାର ସଦଗତି କାମନା କରିବା ସହିତ ଉପମୁଖ୍ୟମନ୍ତ୍ରୀ ପରିବାରବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି।