ଭୁବନେଶ୍ଵର, ଉନ୍ନୟନ କମିଶନର-ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳସମ୍ପଦ ବିଭାଗ ଶ୍ରୀମତୀ ଅନୁ ଗର୍ଗ ଆଜି ରାଜୀବ ଭବନ ସ୍ଥିତ କାର୍ଯ୍ୟାଳୟ ଠାରେ ବିଭାଗର ବ୍ୟୟ ସ୍ଥିତି ସମୀକ୍ଷା କରିଛନ୍ତି l
ଉଭୟ ଆଭାସୀ ଏବଂ ବ୍ୟକ୍ତିଗତ ଉପସ୍ଥିତି ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ବିଭାଗର ବରିଷ୍ଠ ଅଧିକାରୀ, ସର୍ବୋଚ୍ଚ ଯନ୍ତ୍ରୀ, ମୁଖ୍ୟ ଯନ୍ତ୍ରୀ ଓ ମୁଖ୍ୟ ନିର୍ମାଣ ଯନ୍ତ୍ରୀମାନେ ଯୋଗ ଦେଇଥିଲେ।
ଦକ୍ଷ ଆର୍ଥିକ ପରିଚାଳନା, ପ୍ରକଳ୍ପଗୁଡ଼ିକର ତ୍ୱରିତ କାର୍ଯ୍ୟାନ୍ଵୟନ ଏବଂ ଆବଣ୍ଟିତ ବଜେଟର ପ୍ରଭାବଶାଳୀ ଉପଯୋଗ ଉପରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ । ବିନା ବିଳମ୍ବରେ କାର୍ଯ୍ୟ ଅନୁସାରେ ଅର୍ଥ ବିତରଣ ଓ ଉପଯୋଗ ସୁନିଶ୍ଚିତ କରିବା ପାଇଁ ନଗଦ ପରିଚାଳନା ବ୍ୟବସ୍ଥାକୁ ଅନୁସରଣ କରିବାର ଆବଶ୍ୟକତା ଉପରେ ସେ ଆଲୋକପାତ କରିଥିଲେ ।
ବଜେଟ୍ ଖର୍ଚ୍ଚ ଉପରେ ତୀକ୍ଷ୍ଣ ନଜର ରଖିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେବା ସହ ପ୍ରକଳ୍ପ କାର୍ଯ୍ୟକାରିତାରେ ପ୍ରତିବନ୍ଧକ ଦୂର କରିବା ଏବଂ ଅର୍ଥ ପ୍ରଦାନ ପ୍ରକ୍ରିୟା ତ୍ୱରାନ୍ୱିତ ଏବଂ ସୁନିଶ୍ଚିତ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ ।
ଅର୍ଥ ବିଭାଗର ମାର୍ଗଦର୍ଶିକା ଅନୁଯାୟୀ ୨୦୨୪-୨୫ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସ ଶେଷ ସୁଦ୍ଧା ୬୦% ଖର୍ଚ୍ଚ ସୁନିଶ୍ଚିତ କରିବାକୁ ସେ ଅଧିକାରୀ ଏବଂ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l
Related Stories
November 17, 2024
November 17, 2024
November 17, 2024