ମାଲକାନଗିରି,ଖବର ପରିବେଷଣ ସମୟରେ ସତ୍ୟର ଅନୁସନ୍ଧାନ କରିବାର ଆବଶ୍ୟକତା ରହିଛି ଏବଂ ଏହାର ସମାଧାନର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ଲାଗି ରହିବା ଦରକାର ଫଳରେ ସମାଜର ପରିବର୍ତନ ହେବ ଏବଂ ସାମ୍ବାଦିକ ଓ ପ୍ରଶାସନ ମଧ୍ୟରେ ଏକ ସେତୁ ରହିବ ବୋଲି ଏମୟୁଜେ ଭବନରେ ଆୟୋଜିତ ଜାତୀୟ ପ୍ରେସ ଦିବସ ଅବସରରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ପ୍ରକାଶ କରିଛନ୍ତି। ଶନିବାର ସନ୍ଧ୍ୟାରେ ମାଲକାନଗିରି ୟୁନିୟନ ଅଫ୍ ଜର୍ଣାଲିଷ୍ଟସ ତରଫରୁ ମହାସମାରୋହରେ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଛି। ଉକ୍ତ ସମାରୋହରେ ମାଲକାନଗିରି ଜିଲ୍ଲାପାଳ ଆଶୀଷ ଈଶ୍ୱର ପାଟିଲ, ଉପଜିଲ୍ଲାପାଳ ଦୁର୍ଯୋଧନ ଭୋଇ, ଅତିରିକ୍ତ ଏସପି ତପନ ନାରାୟଣ ରଥ, ଏସଡିପିଓ ଶଚିନ ପାଟିଲ, ତହସିଲଦାର ଟିକୁନା ପୁଟା ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ଯୋଗ ଦେଇ ଗଣମାଧ୍ୟମର ପରିବର୍ତ୍ତନଶୀଳ ରୂପ ଉପରେ ସେମାନଙ୍କର ଅଭିଭାଷଣ ପ୍ରଦାନ କରିଥିଲେ l ଏମୟୁଜେର ସଭାପତି ଦେବପ୍ରସାଦ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ସହ ସଭାପତି ସତ୍ୟ ନାରାୟଣ ପଣ୍ଡା, ସମ୍ପାଦକ ପେମେନ୍ଦ୍ର ପରିଛା, ବରିଷ୍ଠ ସାମ୍ବାଦିକ ଦେବବ୍ରତ ସାନା, ଗୋପି କୃଷ୍ଣ ପଟ୍ଟନାୟକ, ଜୀତେନ୍ଦ୍ର ବେଉରା, ଶିବ ପ୍ରସାଦ କୀର୍ତ୍ତନିୟା,ଅସିମ ବିଶ୍ବାସ, କାମରାଜ ଜେନାଙ୍କ, ଚନ୍ଦନ ବାରିକ, ପ୍ରଶାନ୍ତ ବିହାରୀ, ଦୁଃଶାସନ ମହାପାତ୍ର, ଶିବବ୍ରତ ଦାଶଙ୍କ ସହିତ ସଦର ମହକୂମାର ସମସ୍ତ ସାମ୍ବାଦିକ ଏବଂ କାଲିମେଳା, ମାଥିଲି, ଚିତ୍ରକୋଣ୍ଡା, ପଡ଼ିଆ ଖଇରପୁଟ ବ୍ଲକ ଓ ବାଲିମେଳା ବିଜ୍ଞାପିତ ଅଞ୍ଚଳ ରୁ ବହୁ ସଂଖ୍ୟକ ଏମୟୁଜେର ସଦସ୍ୟ ସାମ୍ବାଦିକ ମାନେ ଯୋଗ ଦେଇଥିଲେ।