ଇମ୍ଫାଲ- ମଣିପୁରରେ ସ୍ଥିତି ଲଗାତର ଜଟିଳ ହେବାରେ ଲାଗିଛି । ଜିରିବାମରେ ଅପହରଣ ଏବଂ ହତ୍ୟା ତଥା ଏହାପରେ ରାଜ୍ୟର 6ଟି ଜିଲ୍ଲାରେ ଆର୍ମ ଫୋର୍ସ ସ୍ପେଶାଲ ପାୱାର ଆକ୍ଟ ଲଗାଇବା ପରେ ଲୋକେ ଉତ୍ତେଜିତ ହୋଇଛନ୍ତି । ବଢୁଥିବା ବିରୋଧ ପ୍ରଦର୍ଶନ ମଧ୍ୟରେ ବିକ୍ଷୋଭକାରୀମାନେ ଇମ୍ଫାଲ ଇଷ୍ଟ ଜିଲ୍ଲାର ହିନଗାଂଗ ସ୍ଥିତ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହଙ୍କ ବାସଭବନ ଉପରେ ଶନିବାର ଆକ୍ରମଣ କରିବାକୁ ଉଦ୍ୟମ କରିଛନ୍ତି । ତେବେ ସୁରକ୍ଷାକର୍ମୀଙ୍କ ବ୍ୟାପକ ମୁତୟନ କାରଣରୁ ଭିଡକୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଖପାଖ 500 ମିଟରର ପରିସରରେ ପ୍ରବେଶକୁ ରୋକାଯାଇଛି । ପ୍ରଦର୍ଶନକାରୀମାନେ ରାଜ୍ୟ ସାରା ଅନେକ ମନ୍ତ୍ରୀ ଓ ବିଧାୟକଙ୍କ ବାସଭବନକୁ ଟାର୍ଗେଟ କରାଯାଇଛି । ଘର ଓ ଗାଡି ସହିତ ସଂପତିର ଭଙ୍ଗାରୁଜା କରିଛନ୍ତି । ନଭେମ୍ବର 14ରେ ଇମ୍ଫାଲ ପଶ୍ଚିମର ସେକମାଇ ଓ ଲାମସାଂଗ, ଇମ୍ଫାଲ ପୂର୍ବର ଲାମଲାଇ, ବିଷ୍ଣୁପୁରର ମୋଇରାଂଗ, କାଂଗପୋକପିର ଲେଇମାଖୋଂଗ ଓ ଜିରିବାମ ଜିଲ୍ଲାର ଅଂଚଳରେ ଆଫସା ଲାଗୁ କରିଦିଆଯାଇଥିଲା । ଏହାପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି ।
Related Stories
November 17, 2024