
ଭୁବନେଶ୍ୱର– ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁଣ୍ୟତିଥି ଅବସରରେ ମହାନ ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତିଙ୍କୁ ଶ୍ରଦ୍ଧାଂଜଳି ଜଣାଇଛନ୍ତି । ସେ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ଓଡ଼ିଆ ସଙ୍ଗୀତ ଜଗତର ମହାନ ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତି (ଖୋକା ଭାଇ)ଙ୍କ ପୂଣ୍ୟତିଥିରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ତାଙ୍କର ସୁମଧୁର ଏବଂ ହୃଦୟସ୍ପର୍ଶୀ ସଙ୍ଗୀତ ପାଇଁ ସେ ଓଡ଼ିଆଙ୍କ ମନରେ ସର୍ବଦା ସ୍ମରଣୀୟ ହୋଇ ରହିବେ।