ଗଞାମ– ସେକ୍ଟର ସ୍ବାସ୍ଥ୍ୟ ପରିଦର୍ଶିକାଙ୍କ ନିଯୁକ୍ତି ପିତଳରେ, ସେ କିନ୍ତୁ ହିଞ୍ଜିଳିକାଟୁରେ କାର୍ଯ୍ୟ କରୁଛନ୍ତି। ପିତଳ ସେକ୍ଟର ପାଇଁ ନିଯୁକ୍ତି ପାଇଥିବା ସ୍ବାସ୍ଥ୍ୟ ପରିଦର୍ଶିକା ପିତଳ ହେଡକ୍ୱାଟରରେ ନରହି ହିଞ୍ଜିଳିକାଟୁ ସହରରେ ସେଠାରେ କାର୍ଯ୍ୟ କରୁଥିଵା ଜଣାପଡ଼ିଛି। ଫଳରେ ଏ ଅଞ୍ଚଳରେ ଜନସାଧାରଣ ତଥା ମହିଳା ଓ ଶିଶୁ ମାନେ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି। ବିଭିନ୍ନ ଟୀକାଗୁଡିକ ଠିକ୍ ରୂପେ ଓ ଉପଯୁକ୍ତ ତାପମାତ୍ରାରେ ସଂରକ୍ଷଣ ହୋଇ ରହିପାରନି। ପିତଳ ସେକ୍ଟର ଅଧୀନରେ ଥିବା ସବ୍ ସେଣ୍ଟର ଗୁଡ଼ିକୁ ସେ ନିୟମିତ ପରିଦର୍ଶନ କରୁନଥିବାରୁ ସବ୍ ସେଣ୍ଟର ଗୁଡିକ ମଧ୍ଧ ଠିକ୍ କାମ କରୁନାହଁ। ସେ ପିତଳ ଛାଡି କୁଆଡେ ଗଲେ ଛୁଟି ନେଉନାହାନ୍ତି କିମ୍ବା ପିତଳ ନୂତନ ପିଏଚସି ଦାୟିତ୍ୱରେ ଥିବା ମେଡିକାଲ ଅଫିସରଙ୍କ ଅନୁମତି ମଧ୍ୟ ନେଉନଥିବା ଜଣାପଡ଼ିଛି। ଫଳରେ ଏ ଅଞ୍ଚଳରେ ତୀବ୍ର ଜନ ଅସନ୍ତୋଷ ପ୍ରକାଶ ପାଉଛି।ସେ ସପ୍ତାହରେ କେବଳ ଶନିବାର ଦିନ ପିତଳ ଆସି ସେକ୍ଟର ମିଟୀଙ୍ଗ ସାରି ସପ୍ତାହକର କାର୍ଯ୍ୟ ସମ୍ପାଦନ ଶେଷ କରି ଚାଲି ଯାଉଛନ୍ତି। ତୁରନ୍ତ ଗଞ୍ଜାମ ଜିଲ୍ଲା ସିଡିଏମଓ, ଏଡିଏମଓ ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ଜଣାପଡିଛି।
Related Stories
November 17, 2024
November 17, 2024
November 17, 2024