
ଭୁବନେଶ୍ୱର– ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁଣ୍ୟତିଥି ଅବସରରେ ସ୍ୱାଧୀନତା ସଂଗ୍ରାମୀ ଲାଲା ଲାଜପତ ରାୟଙ୍କୁ ସ୍ମରଣ କରିଛନ୍ତି। ସେ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ମହାନ ସ୍ଵାଧୀନତା ସଂଗ୍ରାମୀ ପଞ୍ଜାବ କେଶରୀ ଲାଲା ଲଜପତ ରାୟଙ୍କ ପୂଣ୍ୟତିଥିରେ କୋଟି କୋଟି ପ୍ରଣାମ। ଜଣେ ନିଷ୍ଠାବାନ ରାଷ୍ଟ୍ରବାଦୀ ଭାବେ ସ୍ଵାଧୀନତା ସଂଗ୍ରାମରେ ତାଙ୍କର ଅବଦାନକୁ ଦେଶବାସୀ କେବେବି ଭୁଲିବେ ନାହିଁ।