କେନ୍ଦୁଝର– ସାରା ରାଜ୍ୟରେ ଶେଷ ହୋଇଛି ଶୀତ ଦିନିଆ ହାତୀ ଗଣନା କାର୍ଯ୍ୟକ୍ରମ । ଏହି କ୍ରମରେ କେନ୍ଦୁଝର ବନଖଣ୍ଡରେ ୨ ଦିନିଆ ହାତୀ ଗଣନା ଶେଷ ହୋଇଥିବା ବେଳେ ଏହି ଗଣନାନୁସାରେ ଏହି ବନଖଣ୍ଡ ରେଞ୍ଜ ରେ ୧୮୦ ଟି ହାତୀ ଥିବାର ସୂଚନା ଦେଇଛନ୍ତି ଡିଏଫଓ ଏଚ ଡି ଧନରାଜ । ଗତ ୧୪ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଦୁଇ ଦିନିଆ ଶୀତକାଳୀନ ହାତୀ ଗଣନାରେ ବାଇନକୁଲାଇ, କ୍ୟାମେରା ଓ ଥର୍ମାଲ କ୍ୟାମେରା ସହ ନିର୍ମାଣ ହୋଇଥିଲା ୪୪ ମଞ୍ଚା । ଏବଂ ୮୨ ଟି ଟିମରେ ନିୟୋଜିତ ହୋଇଥିଲେ ୨୪୬ ଜଣ କର୍ମଚାରୀ | ଦିନ ଓ ରାତିରେ ଚାଲିଥିଲା ହାତୀ ଗଣନା କାର୍ଯ୍ୟକ୍ରମ। ଗତ ଗ୍ରୀଷ୍ମ ସମୟରେ ହୋଇଥିବା ହାତୀ ଗଣନାରେ କେନ୍ଦୁଝର ବନଖଣ୍ଡରେ ୧୩୫ଟି ହାତୀ ଥିବାବେଳେ ବର୍ତମାନ ୪୫ଟି ଅଧିକ ହାତୀ ଥିବା ଜଣାପଡ଼ିଛି । ଏହି ସମୟରେ ବର୍ତମାନ ବିଭିନ୍ନ ଅଞ୍ଚଳରେ ଧାନ ଓ ପନି ପରିବା ଫସଲ ହୋଇଥିବାରୁ ତାହାର ଆକର୍ଷଣରେ ହାତୀମାନେ ଆକର୍ଷିିତ ହୋଇ ଚାଲିଆସୁଛନ୍ତି ବୋଲି ଡିଏଫଓ ସୂଚନା ଦେଇଛନ୍ତି ।