ଗୋଡ୍ଡା– ଆସାମର ମୁଖ୍ୟମନ୍ତ୍ରୀ ତଥା ବିଜେପିର ଝାରଖଣ୍ଡ ବିଧାନସଭା ନିର୍ବାଚନର ସହପ୍ରଭାରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି ଯେ, ଯାହା ଆପଣଙ୍କ ପୀଡା, ତାହା ବିଜେପିର କଷ୍ଟ ଅଟେ । ଆମେ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛୁ, ରାଜ୍ୟରେ ବିଜେପି ସରକାର ଗଠନ ହେବା ମାତ୍ରେ ହିଁ ସାହାରାରେ ଫସିଥିବା ଆପଣଙ୍କର ପ୍ରତି ଟଙ୍କା ଫେରାଇ ଦିଆଯିବ ।
ରବିବାର ମହଗାମାରେ ନିର୍ବାଚନୀ ସଭାକୁ ସଂବୋଧିତ କରିଛନ୍ତି ହିମନ୍ତ ବିଶ୍ୱଶର୍ମା । ସେ କହିଛନ୍ତି ଯେ, ହେମନ୍ତ ସୋରେନ କହୁଥିଲେ ଯେତେବେଳେ ଝିଅମାନେ ବିବାହ କରିବେ ସେତେବେଳେ ତାଙ୍କୁ ସୁନା ମୁଦ୍ରା ମିଳିବ । ଏହି ସ୍ୱର୍ଣ୍ଣ ମୁଦ୍ରା କୁଆଡେ ଗଲା । ଏହି ସମସ୍ତ ସୁନା ମୁଦ୍ରା ଆଲମଗିରିର ଆଲମ ଖାଇଯାଇଛି । ତାଙ୍କ ଘରୁ 35 କୋଟି ଟଙ୍କା ଜବତ ହୋଇଛି । ସୁନାର ମୁଦ୍ରା ଗରିବଙ୍କୁ ମିଳିଲାନାହିଁ, କିନ୍ତୁ ଆଲମଗିରିର ଆଲମକୁ ମିଳିଛି, ଯଦ୍ୱାରା ଏମାନେ ଭୋଟ ଜିହାଦ କରିପାରିବେ । ଶର୍ମା କହିଛନ୍ତି ଯେ, ମହଗାମାରେ 20 ତାରିଖରେ ନିର୍ବାଚନ ହେବ । 43ଟି ଆସନରେ ନିର୍ବାଚନ ସରିଲାଣି । ବିଜେପି ସରକାର ଗଢିବା ଲକ୍ଷ୍ୟରେ ଆଗକୁ ବଢୁଛି । ବିଜେପିକୁ ରୋକିବାରେ କେହି ସଫଳ ହେବେ ନାହିଁ ।