ନୂଆଦିଲ୍ଲୀ– ମଣ୍ଡିରେ ଟମାଟୋ ମୂଲ୍ୟ ହ୍ରାସ ପାଇବା କାରଣରୁ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ମଣ୍ଡିରେ ଟମାଟୋ ମୂଲ୍ୟ ଖସିବା ପରେ ଖୁଚୁରାରେ ମଧ୍ୟ ଟମାଟୋ ମୂଲ୍ୟ ହ୍ରାସ ପାଇବାରେ ଲାଗିଛି । ନଭେମ୍ବର 14 ଯାଏ ଖୁଚୁରା ମୂଲ୍ୟ କିଲୋଗ୍ରାମ ପିଛା 52.35 ଟଙ୍କା ଥିବା ବେଳେ ଅକ୍ଟୋବର 14ରେ 67.50 ଟଙ୍କା ଥିଲା । ଟମାଟୋ ଅମଳ ବଢିବା କାରଣରୁ ଆଜାଦପୁର ମଣ୍ଡିରେ ଟମାଟୋ ଦାମ 50 ପ୍ରତିଶତ ଯାଏ ହ୍ରାସ ପାଇଛି । ଏବେ କ୍ୱିଣ୍ଟାଲ ପିଛା 5883 ପରିବର୍ତ୍ତେ 2969 ଟଙ୍କା ରହିଛି ।