ନୂଆଦିଲ୍ଲୀ-ବରିଷ୍ଠ ନେତା ତଥା ରାଜ୍ୟ ସରକାରରେ ମନ୍ତ୍ରୀ ଥିବା କୈଳାସ ଗେହେଲଟଙ୍କ ଇସ୍ତଫା ପରେ ପୁଣି ଥରେ ସ୍ପଷ୍ଟ ହୋଇଛି ଯେ, ବିଜେପି ନିକଟରେ ଦିଲ୍ଲୀବାସୀଙ୍କୁ ଦେବା ପାଇଁ କିଛି ନାହିଁ ଏବଂ ସେମାନେ କେବଳ ଇଡି-ସିବିଆଇ ଭରସାରେ ନିର୍ବାଚନ ଲଢୁଛନ୍ତି ବୋଲି ଆପ୍ କହିଛି । ଆମ୍ ଆଦମୀ ପାର୍ଟିର ନେତା ଦୁର୍ଗେଶ ପାଠକ ରବିବାର ଏକ ପ୍ରେସମିଟରେ ମିଡିଆ ପ୍ରଶ୍ନର ଉତର ଦେଇ ଏହା କହିଛନ୍ତି । ଏହି ଅବସରରେ ଅରବିନ୍ଦ କେଜରିୱାଲ ବି ଉପସ୍ଥିତ ଥିଲେ । ଦୁର୍ଗେଶ ପାଠକ କହିଛନ୍ତି ଯେ, ଗତ କିଛି ମାସରୁ ଆମେ ଲଗାତର ଭାବେ ଦେଖୁଥିଲୁ ଯେ, କୈଳାସଙ୍କ ଘରେ ଇନକମ ଟ୍ୟାକ୍ସ ଓ ଇଡି ରେଡ୍ ଚାଲିଥିଲା । ତାଙ୍କ ଆପ୍ ଛାଡିବାକୁ ବାଧ୍ୟ କରିଛି ବିଜେପି । ଏଥିରୁ ସ୍ପଷ୍ଟ ହୋଇଛି ଯେ, ବିଜେପି ନିକଟରେ ଏବେ କୌଣସି ପ୍ରସଙ୍ଗ ନାହିଁ ଏବଂ ସେମାନେ କେବଳ ଏଜେନ୍ସି ମାଧ୍ୟମରେ ନିର୍ବାଚନ ଲଢୁଥିଲେ । ଅନ୍ୟପଟେ ଦିଲ୍ଲୀ ବିଜେପି ରାଜ୍ୟ ସଭାପତି ବୀରେନ୍ଦ୍ର ସଚଦେବା କହିଛନ୍ତି ଯେ, କୈଳାସ ଗେହଲଟଙ୍କ ଇସ୍ତଫାରେ ସ୍ପଷ୍ଟ ହୋଇଛଇ ଯେ, ଯେଉଁ ପ୍ରସଙ୍ଗରେ ବିଜେପି ଲଢୁଛି, ତାକୁ ନେଇ ଆପ୍ ମଧ୍ୟରେ ବି ଅସନ୍ତୋଷ ରହିଛି ।
Related Stories
November 17, 2024
November 17, 2024
November 17, 2024