ଭୁବନେଶ୍ୱର– ଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରମରେ ନାବାଳକକୁ ପୂଜା ପ୍ରସଙ୍ଗ । ମୋ ପୁଅ ଠାକୁର ନୁହେଁ କହିଲେ ନାବାଳକଙ୍କ ବାପା ପଣ୍ଡିତ କାଶୀନାଥ । ପୁଅକୁ ନେଇ ବିବାଦ ପରେ ସ୍ପଷ୍ଟୀକରଣ ରଖିଲେ ପଣ୍ଡିତ କାଶୀନାଥ । ୧୦ ବର୍ଷ ତଳେ ମୋ ପୁଅକୁ ୫ ବର୍ଷ ବେଳେ ବନ୍ଧୁଙ୍କ ଘରେ ଜନ୍ମଦିନ ହୋଇଥିଲା । ଯେଉଁଥିରେ ପାଦ ତଳେ ତୁଳସୀ ଅଛି, ସେଠି ମୁଁ କିମ୍ବା ମୋ ସ୍ତ୍ରୀ ନଥିଲୁ । କିଛି କୁଚକ୍ରୀ ଗୋଷ୍ଠୀ ଚକ୍ରାନ୍ତ କରିଛନ୍ତି, ଜାଣିଶୁଣି ବଦନାମ କରୁଛନ୍ତି । ମୋ ପୁଅ ଠାକୁର ବୋଲି ମୁଁ କେବେ କହି ନାହିଁ କି ପ୍ରଚାର କରିନି । ଫଟୋରେ କୌଣସି ଭୁଲ୍ ନାହିଁ, ତୁଳସୀ ରଖି ଫଟୋ ଉଠାଇ ଚକ୍ରାନ୍ତ କରାଯାଇଛି । ଜଗନ୍ନାଥ ସଂସ୍କୃତି ପ୍ରଚାର ପାଇଁ ମୁଁ ସାରା ବିଶ୍ୱରେ କାମ କରୁଛି । ତେଣୁ ସବୁ ଘଟଣାର ତଦନ୍ତ ହେଲେ ଭଲ ହେବ କହିଛନ୍ତି କାଶୀନାଥ ।
Related Stories
November 17, 2024