ବଲାଙ୍ଗିର,ବଲାଙ୍ଗିର ଟିକ୍ରାପଡା ଶ୍ରୀ କୃଷ୍ଣ ଚୈତନ୍ୟ ସେବା ସଂସ୍ଥାନ ୫୧ ତମ ଅହୋରାତ୍ର ନାମଯଂଜ୍ଞ କାର୍ତ୍ତିକ ପୁର୍ଣିମାରେ ଉଦଯାପିତ ହୋଇଯାଇଛି l ଚଳିତ ବର୍ଷ ଶ୍ରୀ କୃଷ୍ଣ ଚୈତନ୍ୟ ସେବା ସଂସ୍ଥାନ ସଭାପତି ପ୍ରକାଶ ନେପାକ, ସମ୍ପାଦକ ଅଙ୍କୁଶ ହୋତା, କୋଷାଧକ୍ଷ ହରେକୃଷ୍ଣ ପାତ୍ର, ଶରତ ଷlଣ୍ଢ ତଥା ମହିଳା କମିଟି ସଭାପତି ବନେଶ୍ୱରୀ ବେହେରା, ସମ୍ପାଦିକା ଲିନା ମହାନ୍ତି ଓ ବରିଷ୍ଠ ସଭ୍ୟ ଦୁର୍ଗା ସାହୁ, ପିଙ୍କୁ ପଣ୍ଡା, ବାବୁ ସା,ପ୍ରଦୀପ ସାହୁ,ଅଶୋକ ମିଶ୍ର, କୁନା ବେହେରା, ଭରତ ପୋଢ଼,ସନ୍ତକ ବହିଦାର,ଶ୍ରୀବତ୍ସ ମହାରଣା,ଦିଜରାଜ ମିଶ୍ର, ରବି ଅଗ୍ରୱାଲ, ଦୁଲିଚନ୍ଦ ଅଗ୍ରୱାଲ,ରାଜେନ୍ଦ୍ର ମିଶ୍ର, ସୁନାଧର ବନଛୋର,ବରିଷ୍ଠ ଉପଦେଷ୍ଟା ଭଗବାନ ବଗର୍ତି, ବୈଷ୍ଣବ ସାହୁ, ଅନୁ ବେହେରା, ଅଶୋକ ଚାନ୍ଦ ପ୍ରତ୍ୟକ୍ଷ ତତ୍ୱାବଧାନରେ ନାମଯଂଜ୍ଞ ଆୟୋଜନ କରାଯାଇଥିଲା l ଚତୁର୍ଦଶୀ ଦିନ ବାଳଗୋପାଳ ଓ ରାଧାକୃଷ୍ଣ ବେଶ ରେ ଶିଶୁ ମାନେ ପ୍ରହରୀ ମଣ୍ଡପ ରେ ପରିକ୍ରମା କରିଥିଲେ l ଚତୁର୍ଦଶୀ ସଂନ୍ଧ୍ୟାରେ ମହିଳା ସଦସ୍ୟା ବିଳାସିନୀ ବେହେରା, ଲିନା ମହାନ୍ତି, ସବିତା ବେହେରା, ସନ୍ତୋଷିନୀ ଶେଖର ଦେଓ, ମୋନାଲିସା ପଣ୍ଡା, ମିନା ମହାନ୍ତି, ଦମୟନ୍ତୀ ବାଗ, ସୁନିତା ଖୁ୍ୱାସ, ସରୋଜିନୀ ପୋଢ଼, ପ୍ରଭାସିନୀ ମାହାନା, ସୀମା ପଣ୍ଡା, ରେବତୀ ସାହୁ, ସୁବାସିନୀ ବଗର୍ତି, ଶ୍ରୀଲତା ଦାସ, ତପସ୍ୱିନୀ ସାହୁ, ରଞ୍ଜୁ ଶତପଥି ସଂନ୍ଧ୍ୟା ଆଳତି ଦେବା ସହ ପରିବାର, ପଡ଼ା ତଥା ବିଶ୍ୱ ଶାନ୍ତି ନିମନ୍ତେ ପ୍ରଭୁ ଙ୍କ ଠାରେ ପ୍ରାର୍ଥନା କରିଥିଲେ ଏବଂ ପଡ଼ାର ମହିଳା ମାନଙ୍କ ଦ୍ୱାରା ଛପନ ଭୋଗ ମହାପ୍ରଭୁ ଙ୍କୁ ଅର୍ପଣ କରାଯାଇଥିଲା l ପୂଜକ ଶୁକଦେବ ତ୍ରିପାଠୀ ପୂଜା କାର୍ଯ୍ୟ ସମ୍ପାଦନା କରିଥିଲେ l
ଏହି ଅବସରରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ, ବଲାଙ୍ଗିର ପୌର ପରିଷଦ ଅଧକ୍ଷା ଲିକା ସାହୁ, ଉପାଧ୍ୟକ୍ଷା ଗାୟତ୍ରୀ ଦେବି, ଯୁବ ନେତା ଗୋପାଳଜୀ ପାଣିଗ୍ରାହୀ ନାମଯଜ୍ଞରେ ସାମିଲ ହୋଇ ପ୍ରଭୁଙ୍କ ପୂଜାର୍ଚନା କରିଥିଲେ l ପ୍ରଜାପତି ବ୍ରହ୍ମକୁମାରୀ ଅନୁଷ୍ଠାନ ଆନୁକୂଲ୍ୟରେ ଏକ ମନୋରମ ଝାଙ୍କି ନାମଯଜ୍ଞ ସ୍ଥଳରେ ଆୟୋଜନ କରିଥିଲେ l ପୂର୍ଣମୀ ଦିନ ୫୧ତମ ନାମଯଜ୍ଞ ଉଦଯାପିତ ହୋଇଥିଲା l ମୁଖ୍ୟ କର୍ତ୍ତା ଶିବନାରାୟଣ ରଥ ଓ ନିଲମ ଶର୍ମାସହ ଏକ ବିରାଟ ପଟୁଆରରେ ପ୍ରଭୁ ଲଷ୍ମୀ ନାରାୟଣଙ୍କୁ ଗୋପାଳଜୀ ମନ୍ଦିରରେ ଅବସ୍ଥାପିତ କରାଯାଇଥିଲା l କମିଟିର ସଦସ୍ୟ ସଞ୍ଜୟ ଶତପଥି, ସୁନୀଲ ଦୋରା, ତୁଫାନ ସାହୁ,ବିକାଶ ସା, ଅଶୋକ ରାଉତ, ଶ୍ରୀୟା ହୋତା, ଭାରତୀ ନେପାକ ସୁଚରିତା ଶତପଥି, ମଞ୍ଜୁଳା ମିଶ୍ର, ଏହି କାର୍ଯ୍ୟକ୍ରମ ମାନ ଆୟୋଜନ କରିବାରେ ସହଯୋଗ କରିଥିଲେ ।