ଭଦ୍ରକ – ରାଜନୈତିକ ପକ୍ଷପାତିତାକୁ ନେଇ ବନ୍ତ ପୁଲିସ୍ କଂଗ୍ରେସ କର୍ମୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରୁଥିବାର ଅଭିଯୋଗ ଆଜି କରିଛନ୍ତି ପିସିସି ସଭ୍ୟ ସୁବ୍ରତ ଦାସ । ଏହି ପରିପ୍ରେକ୍ଷୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା ଯୁବ କଂଗ୍ରେସ ସଭାପତି ବିଜୟ ଶଙ୍କର ମହାନ୍ତି, ଯୁବନେତା ରାଜକିଶୋର ପଣ୍ଡା, ୧୬ନଂ ଜୋନ୍ର ସଭାପତି ନିରଂଜନ ମଲ୍ଲିକ, ୧୫ନଂ ଜୋନ୍ର ସଭାପତି ଅନନ୍ତ ନାରାୟଣ ଦାସ, ସମିତି ସଭ୍ୟ ପ୍ରଦ୍ୟୁମ୍ନ ଦାସ, ସରପଞ୍ଚ ସେକ୍ ମୁସୋ, ଅଶୋକ ସାହୁ, ରାହୁଲ ଅମିନ, ୟାକୁବ ଖାଁ, ସୟଦ ସିଦିକ୍, ଅଶୋକ ସାହୁ, ସାୱନ ଖାଁ ଓ ସୟଦ ଜମିରୁଦ୍ଦିନ୍ ପ୍ରମୁଖ ଯୋଗଦେଇ କଂଗ୍ରେସ କର୍ମୀଙ୍କୁ ମାଡ ମାରିଥିବା ଅପରାଧୀଙ୍କ ବିରୁଦ୍ଧରେ ପୁଲିସ୍ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ କଂଗ୍ରେସ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥାର ଆଶ୍ରୟ ନିଆଯିବ ବୋଲି ଚେତାବନୀ ଦିଆଯାଇଛି । ତେବେ ପିସିସି ସଭ୍ୟ ସୁବ୍ରତ ଦାସଙ୍କ ଅଭିଯୋଗ ମୂଳେ ବନ୍ତ ପୁଲିସ୍ ଏବେ ଶାସକ ଦଳର ଗୋଡାଣିଆ ସାଜି ସେମାନଙ୍କୁ ସୁରକ୍ଷା ଦେବାକୁ ଯାଇ ଅପରାଧୀଙ୍କୁ ପ୍ରୋତ୍ସାହନ ଦେଉଛି । ଏଣୁ ଆଗାମୀ ଦିନରେ ଏଭଳି ମନୋବୃତି ନେଇ ପୁଲିସ୍ ନିଜ ଖାକି ପୋଷାକରେ କଳଙ୍କ ଲେପିଲେ ସାଧାରଣ ଲୋକେ ଆଇନ୍କୁ ହାତକୁ ନେଇ ତାହାକୁ ଓହ୍ଲାଇଦେବାକୁ ବାଧ୍ୟହେବେ ବୋଲି ସେ ଚେତାଇ ଦେଇଛନ୍ତି ।
Related Stories
November 23, 2024