
ଖୋର୍ଦ୍ଧା,ଶନିବାର ସ୍ଥାନୀୟ ମହିଳା ମହାବିଦ୍ୟାଳୟ ପରିସରରେ ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ସଂଘର ସଭାପତି ଶୁଭ୍ର ରଞ୍ଜନ ଦାସଙ୍କ ଅଧକ୍ଷତାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସଙ୍ଘ ପକ୍ଷରୁ ସାମାଜିକ ଗଣମାଧ୍ୟମ ଓ ଯୁବଗୋଷ୍ଠୀ ଶୀର୍ଷକ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଯୋଗ ଦେଇ ଆଜିକା ଦିନରେ ସାମଜିକ ଗଣମାଧ୍ୟମର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ । ବିଶେଷକରି ଯୁବଗୋଷ୍ଠୀ ସାମାଜିକ ଗଣମାଧ୍ୟମକୁ ସକାରାତ୍ମକ ଦିଗରେ ବ୍ୟବହାର କରିବା ସହିତ ଏହାର ସୁଫଳ କିପରି ମିଳିପାରିବ ସେନେଇ ଆଲୋକପାତ କରିଥିଲେ । ସେହିପରି ଆଲୋଚନା ଚକ୍ରରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା ବୃତ୍ତିଗତ କ୍ଷେତ୍ରରେ ସାମ୍ବାଦିକ ମାନେ ସମୁଖୀନ ହେଉଥିବା ବିଭିନ୍ନ ସମସ୍ୟାକୁ କିଭଳି ପରିସ୍ଥିତିରେ ପ୍ରତିହତ କରି ସମାଜର ଦିଗଦର୍ଶକ ଭାବେ କାର୍ଯ୍ୟ କରୁଥିବାରୁ ଭୂଇଅସି ପ୍ରଶଂସା କରିଥିଲେ । ଏପରିକି ଗଣମାଧ୍ୟମ ପ୍ରତିନିଧି ମାନେ ଗବେଷଣାତ୍ମକ ଖବର ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ମହାବିଦ୍ୟାଳୟର ଛାତ୍ରୀ ମାନେ ନିଜ ନିଜର ମତ ରଖିଥିବା ବେଳେ ଅଧକ୍ଷା ପୁଷ୍ପାଞ୍ଜଳି ଶ୍ରୀଚନ୍ଦନ ସାମ୍ବାଦିକତାର ବିଭିନ୍ନ ଦିଗ ଉପରେ ସୁଚନା ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ।