
କେନ୍ଦୁଝର , କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ ଝାରବେଢା ସଂରକ୍ଷିତ ଜଙ୍ଗଲର କୁଡବିଲ ଗାଁ ନିକଟ ଦୁରନ୍ଧର ହୁଳି ନିକଟରେ ଏକ ୩ ମାସର ମାଇ ହାତୀ ଛୁଆର ମୃତ୍ୟୁ ଘଟିଛି। ଏହି ହାତୀ ପଲରେ ୩୦ରୁ ଉର୍ଦ୍ଧ ହାତୀ ଥିବା ବେଳେ ୯ଟି ଛୁଆ ହାତୀ ଥିବା ଜଣାପଡିଛି। ୪ରୁ ୫ ଦିନ ହେବ ହାତୀ ଛୁଆର ମୃତ୍ୟୁ ଘଟିଥିବା ଜଣା ପଡ଼ୁଥିବା ବେଳେ ଆଶ୍ଚର୍ଯ୍ୟ ଜନକ ଭାବେ ବନ ବିଭାଗ ନିକଟରେ କୈ।ଣସି ଖବର ନଥିଲା। ଶୁକ୍ରରବାର ଦିନ ପ୍ରାୟ ୨/ ୩ ଟା ବେଳେ ହାତୀ ଟ୍ରାକିଙ୍ଗି ଦଳ ମୃତ ହାତୀ ଛୁଆକୁ ଠାବ କରିବା ପରେ ବନଖଣ୍ଡ ଅଧିକାରୀ ଙ୍କୁ ଖବର ଦେଇଥିଲେ। ପରେ ପରେ ଘଟଣା ସ୍ଥଳରେ ବନଖଣ୍ଡ ଅଧିକାରୀ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ। ପଶୁ ଚିକିତ୍ସକ ଟିିମ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିିବା ପରେ ହତୀ ଶାବକ ଟିିର ରୋଗ ରେ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ। ତେବେ ରାତି ହୋଇଯାଇଥିବା ରୁ ଶବ ବ୍ୟବଚ୍ଛଦ ହୋଇ ପାରିନଥିଲା। ଆଜି ଶବ ବ୍ୟବଚ୍ଛଦ କରାଯିବ । ତାପରେ ହୁଏତ ପ୍ରକୃତ କାରଣ ଜଣାପଡିବ ବୋଲି ବନଖଣ୍ଡ ଅଧିକାରୀ ଧନରାଜ ଏଚଡି କହିଛନ୍ତ। ଅନ୍ୟ ପକ୍ଷରେ ତେଲେକାଇ ଅଞ୍ଚଳରେ ୫୮ ଟି ହାତୀ ଓ ୧୮ ଟି ହାତୀ ଛୁଆ ରହିଛନ୍ତି |