ନୂଆଦିଲ୍ଲୀ– କେନ୍ଦ୍ର ଗୃହ ମନ୍ତ୍ରାଳୟ ଶନିବାର କହିଛି ଯେ, ସମସ୍ତ ସୁରକ୍ଷା ବଳକୁ ମଣିପୁରରେ ବ୍ୟବସ୍ଥା ଓ ଶାନ୍ତି ପୁନର୍ପ୍ରତିଷ୍ଠା କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଗୃହ ମନ୍ତ୍ରାଳୟ ଏକ ବୟାନରେ କହିଛି ଯେ, ଗତକିଛି ଦିନରୁ ମଣିପୁରରୁ ସୁରକ୍ଷା ପରିସ୍ଥିତି ଦୁର୍ବଳ ରହିଛି । ସଂଘର୍ଷରେ ଦୁଇ ସମୁଦାୟର ସଶସ୍ତ୍ର ଉପଦ୍ରବୀ ହିଂସାରେ ଲିପ୍ତ ରହିଛନ୍ତି, ଫଳରେ ଅନେକ ଲୋକଙ୍କ ଜୀବନ ଯାଇଛି, ଏବଂ ସାର୍ବଜନୀନ ବ୍ୟବସ୍ଥାରେ ବାଧା ସୃଷ୍ଟି ହୋଇଛି । ସମସ୍ତ ସୁରକ୍ଷାବଳକୁ ବ୍ୟବସ୍ଥା ଓ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ହିଂସକ ଓ ବିଘଟନକାରୀ ଗତିବିଧିରେ ସାମିଲ ହେବାକୁ ଉଦ୍ୟମ କରୁଥିବା କୌଣସି ବି ବ୍ୟକ୍ତିଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।