ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି ଯେ, ମହାୟୁତି ସରକାରର ଅଢେଇ ବର୍ଷ କାର୍ଯ୍ୟକାଳରେ ମହାରାଷ୍ଟ୍ରର ଲୋକ ବେଶ୍ ପ୍ରଭାବିତ ହୋଇଛନ୍ତି । ସେ କହିଛନ୍ତି ଯେ, ବିଜେପି-ମହାୟୁତିର ସହିତ ଗତି ଅଛି, ଗତିର ସହିତ ମହାରାଷ୍ଟ୍ର ବିକାଶ କରୁଛି । ମହାରାଷ୍ଟ୍ରର ଲୋକେ ଚାହୁଁଛନ୍ତି ଯେ, ଏହା ସରକାରର ଆଗାମୀ ପାଂଚ ବର୍ଷ ଯାଏ ଚାଲିବ । ପିଏମ ମୋଦି ଶନିବାର ମେରା ବୁଥ୍ ସବସେ ମଜବୁତ କାର୍ଯ୍ୟକ୍ରମ ଅନ୍ତର୍ଗତ ନମୋ ଆପ ଜରିଆରେ ମହାରାଷ୍ଟ୍ରର ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହିତ ଆଲୋଚନା କରି କହିଛନ୍ତି ଯେ, ମହାୟୁତି ସରକାରର ଅଢେଇ ବର୍ଷ କାର୍ଯ୍ୟକାଳରେ ମହାରାଷ୍ଟ୍ରର ଲୋକେ ବେଶ୍ ପ୍ରଭାବିତ ହୋଇଛନ୍ତି । ସେ କହିଛନ୍ତି ଯେ, ମୁଁ ଯେଉଁଠିକି ଯାଇଛି, ମୁଁ ସେଠାରେ ସ୍ନେହ ଦେଖିଛି । ସେମାନେ ବି ଚାହୁଁଛନ୍ତି ଯେ, ଆଗାମୀ 5ବର୍ଷ ଏହି ସରକାର ରହିବା ଦରକାର । ମହାରାଷ୍ଟ୍ରରେ ଗଂଜରିତ ହେଉଛି-ବିଜେପି-ମହାୟୁତି ଆହେ, ତର ଗତି ଆହେ, ମହାରାଷ୍ଟ୍ରାଚୀ ପ୍ରଗତି ଆହେ ଅର୍ଥାତ ବିଜେପି ମହାୟୁତିର ସହିତ ଗତି ଅଛି, ଗତିର ସହିତ ମହାରାଷ୍ଟ୍ର ପ୍ରଗତି କରୁଛି । ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ମହାୟୁତି ସରକାର ସମାଜର ପ୍ରତିବର୍ଗକୁ ସଶକ୍ତିକରଣ କରିବା ପାଇଁ ଉଦ୍ୟମ କରୁଛନ୍ତି । ଆମ ସରକାର ଓ ଅଘାଡି ସରକାରଙ୍କ ମଧ୍ୟରେ ଏହା ମୁଖ୍ୟ ଅନ୍ତର ଅଟେ ଏବଂ ଲୋକେ ଏହି ଅନ୍ତରକୁ ସ୍ପଷ୍ଟ ଭାବେ ଅନୁଭବ କରିପାରୁଛନ୍ତି । କଂଗ୍ରେସର ଖରାପ ମନୋବୃତ୍ତି ଉପରେ ଆଲୋକପାତ କରି ପିଏମ ମୋଦି କହିଛନ୍ତି ଯେ, ଆମ ସରକାର ସାମୁହିକ ବିକାଶର କଳ୍ପନା କରିଥାଏ, ଯେଉଁଠି ସମସ୍ତଙ୍କୁ ଆଗକୁ ବଢିବାର ଅବସର ମିଳୁ ।