ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦେଶ ଯାତ୍ରା କରିଛନ୍ତି । ବୈଦେଶିକ ମନ୍ତ୍ରାଳୟ ଅନୁସାରେ ପ୍ରଧାନମନ୍ତ୍ରୀ ବ୍ରାଜିଲରେ ଆୟୋଜିତ ଜି-20 ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ନଭେମ୍ବର 18-19ରେ ରିୟୋ-ଦି ଜେନେରିଓ ଗସ୍ତ କରିବେ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଗୁୟାନାରେ ନିଜ ଗସ୍ତ ସମୟରେ ଜର୍ଜଟାଉନରେ ଦ୍ୱିତୀୟ କୈରିକମ-ଭାରତ ଶିଖର ସମ୍ମିଳନୀରେ ବି ଯୋଗ ଦେବେ ।
ନିଜ ଯାତ୍ରା ପୂର୍ବରୁ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଗାମୀ କିଛି ଦିନରେ ସେ ନାଇଜେରିଆ, ବ୍ରାଜିଲ ଓ ଗୁଆନାରେ ରହିବେ । ତାଙ୍କୁ ଦ୍ୱିପାକ୍ଷିକ ଓ ବହୁପାକ୍ଷିକ କାର୍ଯ୍ୟକ୍ରମର ଏକ ବିସ୍ତୃତ ଶୃଙ୍ଖଳାରେ ଭାଗ ନେବା ପାଇଁ ସୁଯୋଗ ମିଳିବ, ଯେଉଁଠାରେ ବିଭିନ୍ନ ଦେଶ ସହିତ ଭାରତର ସଂପର୍କକୁ ଗତି ମିଳିବ ।