କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଶ୍ରୀମନ୍ଦିର ପ୍ରଶାସନ ତରଫରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ସୁବିଧା ପାଇଁ ଶ୍ରୀମନ୍ଦିର ପ୍ରଶାସନ ତଥା ରାଜ୍ୟ ସରକାର ଙ୍କ ତରଫରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି |ଧାଡି ଦର୍ଶନ ଠାରୁ ଆରମ୍ଭ କରି ପାନୀୟ ଜଳର ବ୍ୟବସ୍ଥା, ଜୋତା ଷ୍ଟାଣ୍ଡ ଠାରୁ ଆରମ୍ଭ କରି ମାଗଣା ମହାପ୍ରସାଦ ବିତରଣ ବ୍ୟବସ୍ଥା ଭଳି ଅନେକ ପଦକ୍ଷେପ ପ୍ରଶାସନ ତରଫରୁ ଗ୍ରହଣ କରାଯାଇଛି |ହେଲେ ବିଡମ୍ବନା ର ବିଷୟ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଦର୍ଶନ ସାରି ଭକ୍ତ ଟିଏ ଯେତେବେଳେ ମହାପ୍ରଭୁ ଙ୍କ ବିରାଟ ତଥା ଚମତ୍କାରୀ ତଥା ଅବିଶ୍ବସନୀୟ ରୋଷଘର ଦେଖିବାକୁ ଯାଉଛି ସେଠାରୁ ସେ ତିକ୍ତ ମନୋଭାବ ନେଇ ଫେରୁଛି କାରଣ ସେଠାରେ ସେ ଦେଖିବାକୁ ପାଉଛି ଯେ ଅନେକ ଲୋକ ରୋଷଘର ନିକଟରେ ପରିଶ୍ରା କରୁଛନ୍ତି |ବିଶ୍ୱ ବ୍ରହ୍ମାଣ୍ଡର ଠାକୁର ତଥା ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଶ୍ରୀମନ୍ଦିର ରେ ଏଭଳି ଦୃଶ୍ୟ ଭକ୍ତଙ୍କ ଭାବାବେଗ କୁ ଆଘାତ ପହଞ୍ଚାଉଛି |ସାଧାରଣତଃ ଜଣେ ଭକ୍ତ ଶ୍ରୀମନ୍ଦିର ରେ ପ୍ରବେଶ ବେଳେ ଆରମ୍ଭ ରୁ ପାହାଚ ଗୁଡିକୁ ପ୍ରଣାମ କରି ଶ୍ରୀମନ୍ଦିର ରେ ପ୍ରବେଶ କରୁଥିବା ବେଳେ ଶ୍ରୀମନ୍ଦିର ଭିତରେ ପରିଶ୍ରା କରିବା କେତେ ଦୂର ଠିକ ତାହା ପ୍ରଶାସନ ଓ ଭକ୍ତ ମାନେ ନିଷ୍ପତ୍ତି କରିବେ?ଏଥିପ୍ରତି ଶ୍ରୀମନ୍ଦିର ପ୍ରଶାସନ ତଥା ରାଜ୍ୟ ସରକାର ଯତ୍ନବାନ ହୋଇ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବା ଅତ୍ୟନ୍ତ ଜରୁରୀ ବୋଲି କିଛି ଭକ୍ତ ଏବଂ ବୁଦ୍ଧିଜୀବୀ ଙ୍କ ମତ |ଏହି ସମସ୍ୟା ରେ ସମାଧାନ ହେଲେ ଶ୍ରୀମନ୍ଦିର ର ପବିତ୍ରତା ଓ ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବ ବୋଲି ମତ ପ୍ରକାଶ ପାଇଛି |
Related Stories
November 15, 2024