ଗଞାମ– ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପାଇଁ ସହରଠାରୁଆରମ୍ଭକରି ପୁର ପଲ୍ଲୀ ପର୍ଯ୍ୟନ୍ତ ଉଛବ ମୁଖରପରିବେଶ ସୃଷ୍ଟି ହୋଇଛି । ପ୍ରତ୍ଯୁଷରେ ଆବାଳବୃଦ୍ଧ ବନିତା ସମୁଦ୍ର, ହ୍ରଦ,ପୁଷ୍କରଣୀ,ପବିତ୍ର ନଦୀଓ ନାଳରେ ବୁଡ ପକାଇ ସ୍ନାନ କରି ଡଂଗା ଭଷାଇ ବିଭିନ୍ନ ମଠମନ୍ଦିର ଦେବାଳୟକୁ ଯାଇ ଦେବଦେବୀକଂ ଦର୍ଶନକରି ନାମଯଞରେ ସାମିଲ ହୋଇ ଦାନଧର୍ମ କରି ପବିତ୍ର କାର୍ଯ୍ୟ ସଂପାଦନ କରିଛନ୍ତି । କାର୍ତ୍ତିକ ବ୍ରତଧାରୀମାନେ ତଥା ହବିଷ୍ଯାଳି ମାନେ ଆଜି ସେମାନଙ୍କର ବ୍ରତ ଉଦଯାପନ କରଛନ୍ତି। ବ୍ରହ୍ମପୁର ସହର ବାସୀକଂ ପାଇଁ କାର୍ତିକ ପୂର୍ଣ୍ଣିମା ଉତ୍ସବ ବେଦନାଦାୟକ ହୋଇଯାଇଛି। ଦୁଇ ଦିନ ହେଲା ପାଇପ ଜଳଯୋଗାଣ ବଂଦ ରହିବା ଫଳରେ ଲୋକେ ନାହିଁ ନଥିବା ହଟହଟାର ସମ୍ମୁଖୀନ ହୋଇଛନ୍ତି। ସହର ବହୁ ପୁଷ୍କରଣୀ ପୋତି ଦିଆଯାଇଛି। ଆହୁରି କେତେକ ପୁଷ୍କରଣୀ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ଓ ବ୍ଯବହାର ଅନୁପଯୋଗୀ ହୋଇଛି । ସହର ବାସୀ ଆଜି ବୋଇତ ଭସାଇବା ଦୂରର କଥା, ଅନେକ ସ୍ନାନ ଶୌଚ କରିବାକୁ ପାଣି ମଧ୍ୟ ପାଇନାହାନ୍ତି। ଅନେକ ମନ୍ତ୍ର ସ୍ନାନ କରି ମୁଣ୍ଡରେ ପାଣି ସିଂଚନ କରି କାର୍ତିକ ବ୍ରତ ପାଳନ କରିଛନ୍ତି । ସହରର ଏହି ବିକଳଚିତ୍ର ଜନସାଧାରଣଙ୍କୁ ବିବ୍ରତ କରିବା ସହ ସେମାନଙ୍କ ମନରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି ।
Related Stories
November 15, 2024