ନୂଆଦିଲ୍ଲୀ– କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଦିଲ୍ଲୀର ସରାୟ କାଲେ ଖାଂ ନିକଟରେ ବାଂଶେରା ପାର୍କରେ ଭଗବାନ ବିର୍ସା ମୁଣ୍ଡାଙ୍କ 20 ଫୁଟ ଉଚ୍ଚ ପ୍ରତିମୂର୍ତ୍ତିର ଅନାବରଣ କରିଛନ୍ତି । ସରାୟ କାଲେ ଖାଂ ଆଇଏସବିଟି ବସ୍ ଷ୍ଟାଣ୍ଡର ବାହାର ବଡ ଛକ ଏବେ ଭଗବାନ ବିର୍ସା ମୁଣ୍ଡାଙ୍କ ନାମରେ ପରିଚିତ ହେବ ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ଅବସରରେ କହିଛନ୍ତି ଯେ, ଆଜି ଭଗବାନ ବିର୍ସା ମୁଣ୍ଡାଙ୍କ 150ତମ ଜୟନ୍ତୀ ଅଟେ । ଏବଂ ଏହି ଅବସରରେ ମୁଁ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମା ସ୍ଥାପିତ କରିବା ପାଇଁ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକସେନାଙ୍କୁ ଶୁଭେଚ୍ଛା ଦେବାକୁ ଚାହୁଛି । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2021ରେ ହିଁ ଆଜିର ଦିନକୁ ଜନଜାତି ଗୌରବ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ । ବିର୍ସା ମୁଣ୍ଡାଙ୍କ 150ତମ ଜୟନ୍ତୀ ଅବସରରେ ଏହା ବର୍ଷସାରା ଆଦିବାସୀ ଗୌରବ ଦିବସ ଭାବେ ପାଳନ କରାଯିବ ।