ବାରଣାସୀ- ଉତର ପ୍ରଦେଶର ବାରଣାସୀରେ ଦେବ ଦୀପାବଳି ପର୍ବ ଅବସରରେ ଶୁକ୍ରବାର ସନ୍ଧ୍ୟାରେ ଉତର ବାହିନୀ ସଦାନୀରାର କୂଳରେ ଦେବଲୋକର ଦୃଶ୍ୟ ଦେଖିବାକୁ ମିଳିବ । ଆଦିକେଶବ ଘାଟରୁ ରବିଦାସଘାଟ ଯାଏ ଗଙ୍ଗାର ଦୁଇକୂଳରେ 20ଲକ୍ଷରୁ ଅଧିକ ଦୀପ ଏକ ସାଥୀରେ ଜଳାଯିବ ଏବଂ ଗଙ୍ଗାକୂଳରେ ଜ୍ୟୋତିଗଙ୍ଗା ପ୍ରବାହିତ ହେବାର ଅନୁଭବ ହେବ । ଏହି କ୍ଷଣର ସାକ୍ଷୀ ଦେଶର ଉପରାଷ୍ଟ୍ରପତି ଜଗଦୀପ ଧନଖଡ, ରାଜ୍ୟପାଳ ଆନନ୍ଦୀବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହପୁରୀ ବି ସାମିଲ ହେବେ । ନମୋଘାଟର ଉଦଘାଟନ କରି ଉପରାଷ୍ଟ୍ରପତି ଧନଖଡ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସହିତ ବିଶିଷ୍ଟ କ୍ରୁଜରେ ବସି ଗଙ୍ଗାର ମଧ୍ୟଧାରାରୁ ଦେବ ଦୀପାବଳିର ବିହଙ୍ଗମ ଦୃଶ୍ୟ ଦେଖିବେ ।