ନୂଆଦିଲ୍ଲୀ– ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ଭଗବାନ ବିର୍ସା ମୁଣ୍ଡାଙ୍କ 150ତମ ଜୟନ୍ତୀ ବର୍ଷର ପ୍ରାରମ୍ଭ ଉପଲକ୍ଷେ ଆଜି ସଂସଦ ଭବନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମିଳିତ ହୋଇ ପୁଷ୍ପାଂଜଳି ଅର୍ପଣ କରିଛନ୍ତି । ଏହି ଅବସରରେ ଲୋକସଭା ଅଧ୍ୟକ୍ଷ କହିଛନ୍ତି ଯେ, ଜନନାୟକ ବିର୍ସା ମୁଣ୍ଡା ଭାରତୀୟ ଜାତୀୟ ଆନ୍ଦୋଳନର ମହାନ ପ୍ରତୀକ । ଆମର ସମୃଦ୍ଧ ସଂସ୍କୃତି ଓ ସଭ୍ୟତାର ସଂବାହକ ଅଟନ୍ତି, ଜନଜାତି ସମାଜ ସହିତ ସଂପୂର୍ଣ୍ଣ ଦେଶର ଗୌରବ ଅଟନ୍ତି । ବିର୍ଲା କହିଛନ୍ତି ଯେ, ଭଗବାନ ବିର୍ସାଙ୍କ ସ୍ମୃତିରେ ଆଜି ଜନଜାତି ଗୌରବ ଦିବସ ପାଳନ କରି ଆମେ ଦେଶର ଉନ୍ନତି ଓ ଆଭାରେ ଜନଜାତି ସମୁଦାୟର ଭୂମିକା ସ୍ମରଣ କରୁଛୁ । କଳା-ପରମ୍ପରାର ସଂରକ୍ଷଣ ତଥା ଐତିହ୍ୟ ଓ ବିକାଶର ସମନ୍ୱୟ ସହିତ ଦେଶକୁ ଆଗକୁ ବଢାଇବାରେ ଆଦିବାସୀ ସମାଜର ସବୁବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । 2047 ଯାଏ ବିକଶିତ ଭାରତର ପ୍ରଣକୁ ସିଦ୍ଧ କରିବାରେ ଭଗବାନ ବିର୍ସାଙ୍କ ଜୀବନ ଆଦର୍ଶ ପଥ ପ୍ରଦର୍ଶକ ରହିବ ।