ନୂଆଦିଲ୍ଲୀ– କେନ୍ଦ୍ର ଲୋକ ନିର୍ମାଣ ବିଭାଗ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସରକାରୀ ବାସଭବନର ସାଜସଜାରେ ହୋଇଥିବା ଖର୍ଚ୍ଚର ଯାଂଚ କରିବ । କେନ୍ଦ୍ର ସତର୍କତା ଆୟୋଗ ଶୁକ୍ରବାର ବିରୋଧୀ ଦଳ ନେତା ବିଜେନ୍ଦ୍ର ଗୁପ୍ତାଙ୍କ ଅଭିଯୋଗକୁ ଗ୍ରହଣ କରି ଅରବିନ୍ଦ କେଜରିୱାଲଙ୍କ ସରକାରୀ ବାସଭବନ 6, ଫ୍ଲାଗ ଷ୍ଟାଫ ରୋଡରେ ସାଜସଜା ଉପରେ ଖର୍ଚ୍ଚ କରାଯାଇଥିବା କୋଟି କୋଟି ଟଙ୍କାର ଯାଂଚ କରିବାର ନିର୍ଦ୍ଦେଶ ସିପିଡବ୍ଲୁଡିର ମୁଖ୍ୟ ସତର୍କତା ଅଧିକାରୀଙ୍କୁ ଦେଇଛନ୍ତି । ଏ ସଂପର୍କରେ ବିରୋଧୀ ଦଳ ନେତା ଅକ୍ଟୋବର 21ରେ ସିଭିସିରେ ଅଭିଯୋଗ କରିଥିଲେ ।