ଭୁବନେଶ୍ୱର– ଜୟନାରାୟଣ ମିଶ୍ରଙ୍କୁ ବିଜେଡି ଟାର୍ଗେଟ କରିବା ପ୍ରସଙ୍ଗରେ ବିଜେପି ଜବାବ ରଖିଛି । ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି ଆଇନର ଉର୍ଦ୍ଧ୍ବରେ କେହି ନୁହନ୍ତି ,ଆଇନ ତା ବାଟରେ ଯିବ। ଯେଉଁ ମାନେ ବ୍ୟସ୍ତ ବ୍ୟଗ୍ର ହୋଇ ପଡ଼ୁଛନ୍ତି ସେମାନଙ୍କ ସରକାର ଥିବା ବେଳେ ସେମାନେ କଣ କରୁଥିଲେ। ପ୍ରତାପ ଜେନା, ଅରୁଣ ସାହୁ, ପ୍ରବଣ ବଳବନ୍ତରାୟ, ଦିବ୍ୟ ଶଙ୍କର ମିଶ୍ରଙ୍କ କ୍ଷେତ୍ରରେ କଣ ପଦକ୍ଷେପ ନେଇଥିଲା ବିଜେଡି ସରକାର। ବର୍ତ୍ତମାନ ଔଷଧ ବିକଳରେ ତାଟିଆ କାମୁଡୁଛି ବିଜେଡି। ନିଜ କାହାଣୀ ନିଜେ କହୁଛନ୍ତି। ବିଜେଡି ସରକାର ସମୟରେ ରାଜନୀତିକ ଅଭିସନ୍ଧି ରଖି ଜୟନାରାୟଣ ମିଶ୍ରଙ୍କ ସମେତ ଯେଉଁ ମାନେ ଅଭିଯୋଗ ଆଣିଥିଲେ ସେମାନଙ୍କୁ ଗିରଫ କରାଯାଉଥିଲା। ବିଜେପି ସରକାର ଲୋକଙ୍କ ସରକାର ,ଆଇନକୁ ଠିକ ଭାବେ କାର୍ଯ୍ୟକାରୀ କରିବେ।