ଭୁବନେଶ୍ୱର– ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଓଡ଼ିଶାର ପ୍ରଫେସର ମନୋରଞ୍ଜନ ପରିଡା ଭାରତର ରାଜମାର୍ଗ ଇଞ୍ଜିନିଅର ମାନଙ୍କର ପ୍ରମୁଖ ସଂସ୍ଥା ଭାରତୀୟ ସଡକ କଂଗ୍ରେସ (ଆଇଆରସି)ର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପଟ୍ଟନାୟକ ସୋସିଆଲ୍ ମିଡିଆରେ ତାଙ୍କର ଅଭିନନ୍ଦନ ବାର୍ତାରେ କହିଛନ୍ତି ଯେ ଓଡ଼ିଶାର ପ୍ରଫେସର ମନୋରଞ୍ଜନ ପରିଡା ଭାରତୀୟ ସଡକ କଂଗ୍ରେସର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ। ସଡକ ଇଂଜିନିୟରିଂଗ କ୍ଷେତ୍ରରେ ଦୀର୍ଘ ଅନୁଭବ ଦେଶର ଆଧାରଭୂତ ସଂରଚନା ବିକାଶକୁ ଶକ୍ତିଶାଳୀ କରିବ ବୋଲି ମୁଁ ଆଶା କରୁଛି । ତାଙ୍କୁ ମୋର ଶୁଭେଚ୍ଛା ।