ଭୁବନେଶ୍ୱର– ଆରମ୍ଭ ହେବାକୁ ଯାଉଥିବା ଧାନ ସଂଗ୍ରହକୁ ନେଇ ବିଜେଡି-ବିଜେପି ମଧ୍ୟରେ ବଢ଼ିଲା ଆରୋପ ପ୍ରତ୍ୟାରୋପ । ବିଜେଡି ବିଧାୟକ ଧ୍ରୁବ ସାହୁ ରାଜ୍ୟ ସରକାରଙ୍କୁ କଟାକ୍ଷ କରି କହିଛନ୍ତି ସ୍ୱାମୀନାଥନ କମିଟିର ସୁପାରିଶ ଆଧାରରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ନ ବଢ଼ାଇ ଓଡିଶା ବାସୀଙ୍କୁ ବୋନସ୍ ନାଁରେ ଲଲିପପ ଦେଉଛନ୍ତି ବିଜେପି ସରକାର । କେନ୍ଦ୍ର ସରକାର ବୋନସ୍ ନ ଦେବା ପାଇଁ ରାଜ୍ୟ ସରକାରଙ୍କ ସହ ଚୁକ୍ତି କରିବା ସହ ତାଗିଦ କରିଥିଲେ । ବର୍ତ୍ତମାନ ଓଡିଶା ସରକାର କେନ୍ଦ୍ର ସରକାରଙ୍କ ଅନୁମତିରେ ବୋନସ୍ ଦେଉଛନ୍ତି ନା କଣ ସ୍ପଷ୍ଟ କରନ୍ତୁ । ଉତ୍ସବ ଖାଲି ପାଳନ କଲେ କଣ ହେବ । ଲୋକ କିପରି ଠିକରେ ଧାନ ଦେଇ ପାରିବେ ଏବଂ କୌଣସି ଅସୁବିଧାର ସାମ୍ନା ନ କରିବେ ତାହା ଦେଖନ୍ତୁ ସରକାର । ସେପଟେ ବିଜେପି ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଜବାବ ଦେଇ କହିଛନ୍ତି ୩୧୦୦ ଟଙ୍କା ଧାନର ମୂଲ୍ୟ ଦେଇ ବିଜେପି ସରକାର ଐତିହାସିକ କାର୍ଯ୍ୟ କରିବାକୁ ଯାଉଛନ୍ତି । ଚାଷୀ ବହୁତ ସରକାର ଏଇ ନିଷ୍ପତ୍ତିକୁ ନେଇ ଖୁସି ଅଛନ୍ତି । ତାଙ୍କ ସରକାର ସେହି ସୋହେଲାରେ ୧୦୦ ଟଙ୍କା ବୋନସ୍ ଦେବା ପାଇଁ ଘୋଷଣା କରିଥିଲେ ତାହା ଦେଲେ ନାହିଁ । ମିଛ କହି ତତ୍କାଳୀନ ସରକାର ପଳେଇ ଆସିଥିଲେ କିନ୍ତୁ ଆମ ସରକାର ସେହି ସୋହେଲାରେ ୮୦୦ ଟଙ୍କାର ବୋନସ୍ ଦେବାକୁ ଯାଉଛନ୍ତି।
Related Stories
November 21, 2024
November 21, 2024