ଗଞାମ– ଗୋପାଳପୁର-ଦୀଘା କୋଷ୍ଟାଲ ହାଇୱେ ପ୍ରକଳ୍ପ ବିଳମ୍ବିତ ହେବାରେ ଲାଗିଛି। ଯାହା ଜମି ଅଧିଗ୍ରହଣ ଓ ଚିଲିକା ଉପରେ ଯିବା ପାଇଁ ପରିବେଶ ପର୍ଯ୍ୟଟନ ସ୍ଥଳ ସୁରକ୍ଷା ଦୃଷ୍ଟି ଆଳରେ ଅଟକି ରହିଛି। ଯାହା ଗୋପାଳପୁର ବନ୍ଦର ଶିଳ୍ପାନୁଷ୍ଠାନ ଗୁଡିକୁ ସଂଯୋଗ ନ ହେଇ କିଛି ପ୍ଲାନ୍ କୁ ପରିବର୍ତ୍ତନ କରି ଏହି ରାସ୍ତାକୁ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଠାରୁ ଆରମ୍ଭ ହେବା ନେଇ ଯୋଜନା ପ୍ରସ୍ତୁତ ଥିଲା । ଯାହା ଚିଲିକା ଦେଇ ଆଉ ଯିବ ନାହିଁ ।
କିନ୍ତୁ ଏବେ କିଛି ଖୁସି ଖବର ଅଛି ୬ ମାସ ପୂର୍ବରୁ ପୁରୀ ଆସିଥିବା ରାଜପଥ ମନ୍ତ୍ରୀ ନୀତିନ ଗଡକରି କହିଛନ୍ତି ଯେ, ଖୁବ୍ ଶୀଘ୍ର ଚିଲିକା ଉପରେ ଯିବା ଆସିବା ପାଇଁ ବା ପୁରୀ – ଗଞ୍ଜାମ ଜିଲ୍ଲାର – ଗୋପାଳପୁରକୁ ଯୋଗାଯୋଗ ପାଇଁ ଚିଲିକା ଉପରେ ନୂଆ ସେତୁ ନିର୍ମାଣ କରିବାକୁ ଡିପିଆର ପାଇଁ କେନ୍ଦ୍ର ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ୮ ମାସ ହେଲାଣି ଆଜି ପର୍ଯ୍ୟନ୍ତ ଚିଲିକା ଉପରେ ନିର୍ମାଣ ହେବାକୁ ଥିବା ସେତୁ ବ୍ରିଜ ମାଷ୍ଟର ପ୍ଲାନ ପ୍ରସ୍ତୁତ ହେବାରେ ବିଳମ୍ବ ଦେଖାଦେଇଛି।