ନୂଆଦିଲ୍ଲୀ-ରାଜଧାନୀ ଦିଲ୍ଲୀର ଇତିହାସରେ ପ୍ରଥମ ଥା କଶ୍ମୀରୀ ଗେଟ ସ୍ଥିତ ଯମୁନୀ ନଦୀର ବାସୁଦେବ ଘାଟରେ ବୁଧବାର ଦିଲ୍ଲୀ ଦୀପୋତ୍ସବ-2024 ଆୟୋଜନ କରାଯାଇଥିଲା । ଘାଟକୁ 3.51 ଲକ୍ଷ ଦୀପର ଆଲୋକରେ ଆଲୋକିତ କରାଯାଇଥିଲା । ଆୟୋଜନରେ ଆଲୋକ ଓ ଆସ୍ଥାର ଅଦ୍ଭୁତ ସଙ୍ଗମ ଦେଖିବାକୁ ମିଳିଥିଲା । ଲେଜର ଏବଂ ଡ୍ରୋନ ସୋ ଏହାର ଭବ୍ୟତାକୁ ଆହୁରି ବୃଦ୍ଧି କରିଥିଲା । ଦେବ ଦୀପାବଳୀ, ଗୁରୁପର୍ବ ଓ ଭଗବାନ ବିର୍ସା ମୁଣ୍ଡାଙ୍କ 150ତମ ଜୟନ୍ତୀ ଉପଲକ୍ଷେ ଦିଲ୍ଲୀର ଉପରାଜ୍ୟପାଳ ଭିକେ ସକସେନାଙ୍କ ମାର୍ଗଦର୍ଶନରେ ଦିଲ୍ଲୀ ବିକାଶ ପ୍ରାଧିକରଣ ଏହାର ଆୟୋଜନ କରିଥିଲେ । ସାକସେନା ଦୀପ ପ୍ରଜ୍ଜଳିତ କରି ଯମୁନା ନଦୀରେ ପ୍ରବାହିତ କରିଥିଲେ । ଏହି ଅବସରରେ ସେ ଯମୁନା ଆରତୀ କରିଥିଲେ ।