ରାୟପୁର -ଇଣ୍ଡିଗୋ ବିମାନ ଗୁରୁବାର ସକାଳେ ରାୟପୁରରେ ଜରୁରୀକାଳୀନ ଅବତରଣ କରିଥିଲା।ନାଗପୁରରୁ କୋଲକାତା ଯାଉଥିବା ବିମାନରେ ବୋମା ସମ୍ପର୍କରେ ସୁଚନା ପାଇବା ପରେ ରାୟପୁରରେ ଏହି ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା।
ବିମାନରେ ବୋମା ସମ୍ପର୍କରେ ସୁଚନା ପାଇବା ମାତ୍ରେ ବିମାନବନ୍ଦରର ସୁରକ୍ଷାକୁ ଆହୁରି କଡାକଡି କରାଯାଇଛି ଏବଂ ବୋମା ନିଷ୍କାସନକାରୀ ଦଳ ଡକାଯାଇଥିଲା।ବିମାନର ଜରୁରୀକାଳୀନ ଅବତରଣ କରି ଯାତ୍ରୀମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଥିଲା ଏବଂ ବିମାନକୁ ତୁରନ୍ତ ଖାଲି କରାଯାଇଥିଲା।ଅଧିକାରୀ କହିଛନ୍ତି ଯେ ବୋମା ସମ୍ପର୍କରେ ସୁଚନା ପାଇବା ପରେ ସୁରକ୍ଷା ପ୍ରୋଟୋକୋଲ ଅନୁଯାୟୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ବିମାନର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି।ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ଏବଂ ବିମାନର ଯାଞ୍ଚ କରାଯାଉଛି।ଏହି ଘଟଣା ଯୋଗୁଁ ରାୟପୁର ବିମାନବନ୍ଦରରେ କିଛି ସମୟ ପାଇଁ ବିମାନ ସେବା ପ୍ରଭାବିତ ହୋଇଥିଲା।