ଭୁବନେଶ୍ୱର – ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଆଜି ଯାଜପୁର ଜିଲ୍ଲା ଗସ୍ତରେ ଯାଇ ବଡ଼ଚଣା ବିଇଓ ଅଫିସ, ବଡ଼ଚଣା ବାଳିକା ବିଦ୍ୟାଳୟ ଓ ରଜଟନ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଏହି ଅବସରରେ ବଡ଼ଚଣା ବିଇଓ କାର୍ଯ୍ୟାଳୟର ବିଭୁଲାଭ ପରିଡ଼ା, ଏମଆଇଏସ ସଂଯୋଜକ, ରଶ୍ମିରେଖା ପଣ୍ଡା, ବିଆରଟି, ଗଣେଶ ପ୍ରସାଦ ସିଂହ, ବିଆରଟି, ଅରବିନ୍ଦ ଜେନା, ଆକାଉଂଟାଂଟ ପ୍ରମୁଖ ଅନଧିକୃତ ଅନୁପସ୍ଥିତ ରହିଥିବା ଜାଣି ମନ୍ତ୍ରୀ ଶ୍ରୀ ଦାଶ ଅସନ୍ତୋଷ ପ୍ରକାଶ କରିଥିଲେ । ବଡ଼ଚଣା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶିକ୍ଷୟିତ୍ରୀ ଶ୍ରୀମତୀ ରଶ୍ମୀତା ସାହୁ, ଶ୍ରୀମତୀ ରଶ୍ମୀତା ମହାନ୍ତି,
ଛବିଲତା ରଥ, ଦୀପ୍ତିମୟ ରାଉତ ଏବଂ ଅର୍ପିତା ପଟ୍ଟନାୟକ ପ୍ରମୁଖ ଅନୁପସ୍ଥିତ ଥିବାରୁ ସେମାନଙ୍କୁ ଦୁଇ ସପ୍ତାହ ମଧ୍ୟରେ କୈଫିୟତ ପ୍ରଦାନ କରିବାକୁ ମନ୍ତ୍ରୀ ଶ୍ରୀ ଦା ନିର୍ଦ୍ଦେଶ ଦେଇଥିଲେ । ବଡ଼ଚଣା ବ୍ଲକ୍ ଶିକ୍ଷା ଅଧିକାରୀ ଦୁଇ ସପ୍ତାହ ମଧ୍ୟରେ କୈଫିୟତ ଦେବା ପାଇଁ ଯାଜପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ଚଳିତ ବରବର୍ତୀ ଆଦେଶ ପର୍ଯ୍ୟନ୍ତ ସେମାନଙ୍କର ଜାନୁଆରୀ ମାସର ଦରମା ବନ୍ଦ ପାଇଁ ମଧ୍ୟ ମନ୍ତ୍ରୀ ଶ୍ରୀ ଦାଶ ନିର୍ଦ୍ଦେଶ ଦେଇଛନ୍ତି ।