କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ସମାଜ ସେବା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପୁରୀ ମାଟିର ଅଗ୍ରଣୀ ଅନୁଷ୍ଠାନ ” ଉର୍ଜାବାନ ଓଡ଼ିଶା ” ଟ୍ରଷ୍ଟ ପକ୍ଷରୁ ଏହାର ତୃତୀୟ ସ୍ଵନକ୍ଷତ୍ର ଉତ୍ସବ ସ୍ଥାନୀୟ ସଂସ୍କୃତି ଭବନ ଠାରେ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟ କ୍ରମରେ ପିପିଲି ବିଧାୟକ ଶ୍ରୀଯୁକ୍ତ ଆଶ୍ରିତ ପଟ୍ଟନାୟକ, ପୁରୀର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡ଼ଙ୍ଗୀ, ପୁରୀ ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ଶୁଭାଶିଷ ଖୁଣ୍ଟିଆ,ପୁରୀ ସଦର ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସାହୁ, ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଶ୍ରଯୁକ୍ତ ମନୋଜ କୁମାର ତ୍ରିପାଠୀ, ଟାଉନ ଥାନା ଭାର ପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ସୁନିଲ କୁମାର ପ୍ରଧାନ, ଜି ଆର୍ ପି ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ ବାହିନୀପତି ,ଯୁବ ସମାଜସେବୀ ଡ ଷ୍ଟାଲିନ୍ ପରିଜା ,ଶ୍ରୀମନ୍ଦିର ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ,ଭଗବାନ ସୁଆର,ବରିଷ୍ଠ ସମାଜ ସେବୀ ତଥା ଶିଳ୍ପପତି ରାଜକିଶୋର ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ |କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପଦେଷ୍ଟା ପୁଷ୍ପଜିତ ମହାପାତ୍ର,ସଭାପତି ସନ୍ତୋଷ ସେନାପତି ଏବଂ ସମ୍ପାଦିକା ତଥା ପ୍ରତିଷ୍ଠାତା ସୁଶ୍ରୀ ନୀହାରିକା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଅନୁଷ୍ଠାନ ତୃତୀୟ ସ୍ବନକ୍ଷତ୍ର ଅବସରରେ ପୁରୀ ସହରର ପାଖାପାଖି ଚାଳିଶ ରୁ ଉର୍ଦ୍ଧ୍ବ ସାମାଜିକ ଅନୁଷ୍ଠାନ ଓ ସ୍ବେଛାସେବୀ ସଂଗଠନ ତଥା ଗଣ ମାଧ୍ୟମର ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବଲାଙ୍ଗୀରରୁ ଆସିଥିବା ସମ୍ବଲପୁରୀ ନୃତ୍ୟ ସହିତ ପୁରୀ ର ଯୋଗ କଳାକାର ଏବଂ ନାଚଘର ଅନୁଷ୍ଠାନର ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଶ୍ରୀଜଗନ୍ନାଥ ବେଦାନ୍ତ ସାଂସ୍କୃତିକ କେନ୍ଦ୍ର ତରଫରୁ କୁନି କୁନି ପିଲାମାନ ଙ୍କର ଦ୍ଵାରା ଯୋଗ ପରିବେଷଣ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଉର୍ଜାବାନ ଓଡ଼ିଶା ଟ୍ରଷ୍ଟର ବହୁମୁଖି କାର୍ଯ୍ୟକ୍ରମ ଅତିଥି ମାନଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଥିଲା। ଚଳିତ ବର୍ଷ ରଥଯାତ୍ରା ସମୟରେ ଦିବ୍ୟାଙ୍ଗ ପିଲାମାନଙ୍କୁ ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ କରାଇ ଏଇ ଅନୁଷ୍ଠାନ ବେଶ ଚର୍ଚାକୁ ଆସିଥିଲା। ଜଳ ବଣ୍ଟନ, ଟଙ୍କ ତୋରାଣି , ଖାଦ୍ୟ ବଣ୍ଟନ, ପ୍ରସାଦ ବଣ୍ଟନ, ବୃକ୍ଷ ରୋପଣ ଏବଂ ଆର୍ଥିକ ଅନଗ୍ରସର ପିଲାଙ୍କୁ ପାଠ୍ୟ ଉପକରଣ ଯୋଗାଇ ଦେବା ଭଳି ପ୍ରମୁଖ କାର୍ଯ୍ୟ କରି ଉର୍ଜାବାନ ଓଡ଼ିଶା ଚର୍ଚ୍ଚାରେ ରହି ଆସିଛି। ସଭିଏଁ ଏକାଠି ହୋଇ କାମ କଲେ ପୁରୀ ସହର ବିଶ୍ୱରେ ନିଜ ସେବା ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିବ ବୋଲି ଅତିଥି ମାନେ ମତ ପୋଷଣ କରିଥିଲେ। କାର୍ଯ୍ୟକ୍ରମରେ ତିନି ଶହ ରୁ ଉର୍ଦ୍ଧ୍ବ ଲୋକ ଯୋଗ ଦେଇଥିଲେ। ସଭାପତି ସନ୍ତୋଷ ସେନାପତି ଆନୁଷ୍ଠାନିକ ସ୍ଵାଗତ କରିଥିବା ବେଳେ ସମ୍ପାଦିକା ନିହାରିକା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଦୂରଦର୍ଶନର ଉପସ୍ଥାପକ ଶିବାନନ୍ଦ ବାରିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅନୁଷ୍ଠାନ ର ସମସ୍ତ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l
Related Stories
November 21, 2024
November 21, 2024