କେନ୍ଦୁଝର – କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ମେଲାଣ ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଶୋଇଥିବା ଅବସ୍ଥାରେ ଘରର କାନ୍ଥ ଭୁଶୁଡ଼ି ପଡି ଅଷ୍ଟମ ଶ୍ରେଣୀ ବାଳିକାଙ୍କ ଗୁରୁତର ଆହାତ ହୋଇଛି । ଗୁରୁତର ଆହାତ ହୋଇଥିବା ବାଳିକା ଜଣକ ହେଲେ ମେଲାଣ ଗ୍ରାମର ନିପା ମାଙ୍କଡିଆଙ୍କର ୧୨ ବର୍ଷର ଝିଅ ସୁକୁରୀ ମାଙ୍କାଡିଆ । ସବୁଦିନ ଦିନ ଭଲି ଶୁକ୍ରବାର ରାତ୍ରୀରେ ସୁକୁରୀ ପରିବାର ବାପା ମାଆ ଭାଇ ଏବଂ ଭଉଣି ମାନଙ୍କ ସହିତ ଖାଇ ସାରିବା ପରେ ନିଜ ଭାଇ ଭଉଣି ମାନଙ୍କ ସହିତ ଘର ଭିତରେ ଅନ୍ୟ ଏକ କୋଠରୀରେ ଶୋଇଥିଲେ । ରାତି ପାଖା ପାଖି ପ୍ରାୟ ୧.୩୦ ସମୟରେ ଅଚାନକ ଭାବେ ସେମାନେ ଶୋଇଥିବା ଅବସ୍ଥାରେ କୋଠରୀର କାନ୍ଥ ପିଲାମାନଙ୍କ ଉପରେ ପଡିଯାଇଥିଲା । ଫଳରେ ପିଲାମାନଙ୍କୁ ସଙ୍ଗେ ସଙ୍ଗେ ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । ନିପା ମାଙ୍କଡିଆଙ୍କର ଅନ୍ୟ ପିଲାମାନଙ୍କର ବିଶେଷ କିଛି ହୋଇ ନଥିବା ବେଳେ ବଡଝିଅ ସୁକୁରୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ବର୍ତମାନ ସୁକୁରୀ ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧିନ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଡାକ୍ତର କହିଛନ୍ତି ।
Related Stories
November 22, 2024