
ନୂଆପଡା- ନୂଆପଡା ଜିଲ୍ଲା ଖଡିଆଳ ସ୍ଥିତ ରାଜା ଆର୍ତ୍ରାଣ ହାଇସ୍କୁଲ ଖେଳ ପଡିଆ ଠାରେ ରାଜା ଆର୍ତ୍ରାଣ ହାଇସ୍କୁଲ ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୪୧ ତମ ମିଳିତ ବାର୍ଷିକ କ୍ରୀଡା ଉସôବ ମଙ୍ଗଲବାର ଉଦ୍ଯାପିତ ହୋଇଯାଇଛି । ଏହି ଅବସରରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଭୂନନ୍ଦିନୀ ପୁରୋହିତ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ଭାବରେ ଖଡିଆଳ ଏସିଏଫ ଜୟରାମ ଶବର, ସମ୍ମାନିତ ଅତିଥି ଭାବରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାର ମୁଖ୍ୟ ପରିଚାଳକ କରୁଣାକର କୁମୁରା, ନାଟ୍ୟକାର ଜିତେନ୍ଦ୍ରନାଥ ପଟ୍ଟନାୟକ, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ରୀ ଲକ୍ଷ୍ମୀକାନ୍ତ ତ୍ରିପାଠୀ, ବରିଷ୍ଠ ଶିକ୍ଷୟିତ୍ରୀ ସବିତା ପଟ୍ଟନାୟକ ଏବଂ ସାଙ୍ଗଠାନିକ ସµାଦକ ଗୌରୀଶଙ୍କର ଦୁବେ ପ୍ରମୁଖ ମାସିନ ଥିଲେ । ଶିକ୍ଷକ ଗୌରାଙ୍ଗ କୁମାର ସାହୁ ଅତିଥି ପରିଚୟ ପ୍ରଦାନ ଏବଂ ମ ପରିଚାଳନା କରିଥିବା ବେଳେ ଶିକ୍ଷକ ଅକ୍ଷୟ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ । ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ଶିକ୍ଷକ ସୁର ବିଜୟକାନ୍ତ ତାଣ୍ଡି, ପ୍ରଣବ ପାତ୍ର, ବଳଭଦ୍ର ସୁନାନୀ, ସପନ ବାରିକ, ରତନ ସିଂବାରିକ ଏବଂ ରୁଦ୍ରାକ୍ଷ ବିଶି ପରିଚାଳନା କରିଥିଲେ । ବିଭିନ୍ନ ବିଭାଗ ଏବଂ ସ୍ତରରେ ଛାତ୍ର ଯୁଧିଷ୍ଟିର ହଂସ, କ୍ଷୀରୋଦ ପଣ୍ଡା, ଛାତ୍ରୀ ଜୟମନୀ ଜାଲ, ଜୟନ୍ତୀ କଟା ଓ ଗାୟତ୍ରୀ ବଉକ ଚାµିୟନ ହୋଇଥିଲେ । ୨ ଦିନ ବ୍ୟାପୀ ହୋଇଥିବା ଏହି ପ୍ରତିେଯାଗିତାରେ ନବୀନ କିଶୋର ପାଢୀ, ମଧୁମିତା ପଟ୍ଟନାୟକ, ନୀଳିମାରାଣୀ ସାଗର, ପ୍ରମିଳା ପଟ୍ଟନାୟକ, ଅଶୋକ କୁମାର ବେହେରା ପ୍ରମୁଖ ବିଭିନ୍ନ କ୍ରୀଡା ପ୍ରତିେଯାଗିତା ପରିଚାଳନା କରିଥିଲେ ।