-
ଶକ୍ତି କ୍ଷେତ୍ରର ଯୋଜନା ଓ ଓଡ଼ିଶାର ଲକ୍ଷ୍ୟ ନେଇ ଦିଲ୍ଲୀରେ ଉପସ୍ଥାପନ
ଭୁବନେଶ୍ୱର,ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ଏବଂ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ନୂଆଦିଲ୍ଲୀର ଯଶୋଭୂମି ଠାରେ ଶକ୍ତିମନ୍ତ୍ରୀଙ୍କ ସମ୍ମିଳନୀରେ ଯୋଗ ଦେଇଛନ୍ତି । ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ ମଧ୍ୟ ସମ୍ମିଳନୀରେ ଉପସ୍ଥିତ ଥିଲେ । ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ନୂଆଦିଲ୍ଲୀରେ ଶକ୍ତିମନ୍ତ୍ରୀଙ୍କ ସମ୍ମିଳନୀରେ ଓଡ଼ିଶାର ଶକ୍ତି କ୍ଷେତ୍ରକୁ ସୁଦୃଢ କରିବାକୁ ଥିବା ଯୋଜନା ବିଷୟରେ ଉପସ୍ଥାପନ କରିଥିଲେ ।
ଶକ୍ତି କ୍ଷେତ୍ରରେ ସଂସ୍କାର ଆଣିବାରେ ଓଡ଼ିଶାର ନେତୃତ୍ୱ ତଥା ଭାରତର ସବୁଜ ଶକ୍ତି ଲକ୍ଷ୍ୟକୁ ନେଇ ଅଗ୍ରଗତି କରୁଥିବାବେଳେ ଏହାର ଶକ୍ତି ଭିତ୍ତିଭୂମି ଆଧୁନିକୀକରଣ ପାଇଁ ପ୍ରତିବଦ୍ଧତା ଉପରେ ଶ୍ରୀ ସିଂହ ଦେଓ ଆଲୋକପାତ କରିଛନ୍ତି । ବିଦ୍ୟୁତ ବିତରଣରେ ପବ୍ଲିକ – ପ୍ରାଇଭେଟ ପାର୍ଟନରସିପ୍ (ପିପିପି) ମଡେଲଗୁଡିକର ସଫଳ ରୂପାୟନ ରାଜ୍ୟର ଚାରୋଟି ବିଦ୍ୟୁତ ବିତରଣ କମ୍ପାନୀଙ୍କ କାର୍ଯ୍ୟ ଦକ୍ଷତା ଓ ଆର୍ଥିକ କ୍ଷମତାକୁ ସୁଦୃଢ କରିଛି । ଶକ୍ତି ମନ୍ତ୍ରାଳୟର ମୂଲ୍ୟାୟନ ଅନୁଯାୟୀ ଶ୍ରେଷ୍ଠ ୧୦ ପ୍ରଦର୍ଶନକାରୀଙ୍କ ମଧ୍ୟରେ ଟିପିସିଓଡ଼ିଏଲ, ଟିପୀଡବ୍ଲìଓଡ଼ିଏଲ, ଟିପିଏନଓଡିଏଲ ସ୍ଥାନ ପାଇଛନ୍ତି । ଶକ୍ତି କ୍ଷେତ୍ର ସଂସ୍କାରରେ ଏହି ସଫଳତା ଓଡ଼ିଶାକୁ ଅଗ୍ରଣୀ ମାନ୍ୟତା ପ୍ରଦାନ କରିଛି । ପୁନରୁଦ୍ଧାର ବିତରଣ କ୍ଷେତ୍ର ଯୋଜନା (ଆରଡିଏସଏସ) ଅନ୍ତର୍ଗତ ୩୦୬୯ କୋଟି ଟଙ୍କାର ପ୍ରାକୃତିକ ବିପର୍ଯ୍ୟୟ ନିରୋଧୀ ବିଦ୍ୟୁତ ଭିତ୍ତିଭୂମି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ଦ୍ୱାରା ସମୀକ୍ଷା କରାଯାଉଛି ବୋଲି ଶ୍ରୀ ସିଂହଦେଓ କହିଛନ୍ତି । ରାଜ୍ୟର ବିଦ୍ୟୁତ ଉପଭୋକ୍ତା ଅଧିକାର ନିୟମ ୨୦୨୦ କୁ ଓଡ଼ିଶା ସକ୍ରିୟ ଭାବେ କାର୍ଯ୍ୟକାରୀ କରୁଛି ଏବଂ ପିଏମ୍-ସୂର୍ଯ୍ୟଘର ଯୋଜନାକୁ ଅଧିକ ସୁଲଭ କରିବା ନିମନ୍ତେ ଓଡ଼ିଶା ଆର୍ଥିକ ସହାୟତା ପ୍ରଦାନ କରିବାକୁ ଚିନ୍ତା କରୁଛି ।
ଓଡ଼ିଶା ୮୮୫୬ ମେଗାାଟ ବିଦ୍ୟୁତ ଉତ୍ପାଦନ କରି ନାଗରିକଙ୍କ ଶକ୍ତି ନିରାପତ୍ତାକୁ ସୁନିଶ୍ଚିତ କରିଛି ଏବଂ ୨୦୩୦ ସୁଦ୍ଧା ୧୫୬୦୩ ମେଗାାଟ ଶକ୍ତି ଯୋଡ଼ିବାକୁ ଲକ୍ଷ୍ୟ ରଖିଛି । ସେଥି ମଧ୍ୟରୁ ଅଧାରୁ ଅଧିକ ଅକ୍ଷୟ ଶକ୍ତିର ଉତ୍ସରୁ ପ୍ରସ୍ତୁତ ହେବ । ୨୦୩୦ ସୁଦ୍ଧା ରାଜ୍ୟର ଅକ୍ଷୟ ଶକ୍ତି କ୍ଷମତା ୧୦,୦୦୦ ମେଗାୱାଟ କରିବା ପାଇଁ ଯୋଜନା ପ୍ରସ୍ତୁତ ହେଉଛି ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ।
ଶକ୍ତି ସରଂକ୍ଷଣକୁ ପ୍ରାଥମିକତା ଦେଇ ଓଡ଼ିଶା ୧୦,୦୦୦ ମେଗାାଟ କ୍ଷମତା ବିଶିଷ୍ଟ ପିଏସପି ପ୍ଳାଣ୍ଟ ପାଇଁ ଯୋଜନା କରୁଛି । ଏହି ପ୍ରକଳ୍ପଗୁଡିକୁ ଆର୍ଥିକ ଦୃଷ୍ଟିରୁ କାର୍ଯ୍ୟକ୍ଷମ କରିବା ପାଇଁ ବ୍ୟାଟେରୀ ଏନର୍ଜି ଷ୍ଟୋରେଜ ସିଷ୍ଟମ (ବିଏସଏସ) ଏବଂ ପିଏସପି ପ୍ରକଳ୍ପ ପାଇଁ କେନ୍ଦ୍ରୀୟ ସହାୟତା ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ।
ରିନେବୁଲ ଏନର୍ଜି ପ୍ରକଳ୍ପଗୁଡ଼ିକୁ ଜାତୀୟ ଗ୍ରୀଡ୍ ସହିତ ସଂଯୋଗ କରିବା ପାଇଁ ଗ୍ରୀନ ଏନର୍ଜି କରିଡରର ତୃତୀୟ ସୋପାନରେ କେନ୍ଦ୍ରୀୟ ସହାୟତା ପାଇଁ ଅନୁରୋଧ କରିଛନ୍ତି । ସାରା ରାଜ୍ୟରେ ନିର୍ଭରଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ ନିମନ୍ତେ ଆବଶ୍ୟକ ପ୍ରମୁଖ ପ୍ରକଳ୍ପଗୁଡିକର ତ୍ୱରିତ ପରିବେଶ ମଞ୍ଜୁରୀ ବିଷୟରେ ମଧ୍ୟ ସମ୍ମିଳନୀରେ ଶ୍ରୀ ସିଂହଦେଓ ଆଲୋକପାତ କରିଥିଲେ ।
ଦକ୍ଷ ତଥା ସ୍ଥାୟୀ ଶକ୍ତି ପରିଚାଳନା ପାଇଁ ଓଡ଼ିଶା ଉଦାହରଣ ସାଜିଛି । ଲୋ କାର୍ବନ ଭବିଷ୍ୟତକୁ ଦୃଷ୍ଟିରେ ରଖି ବିଦ୍ୟୁତ ଉତ୍ପାଦନ ପାଇଁ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା ହ ୍ରାସ ଏବଂ ଅକ୍ଷୟ ଶକ୍ତିର ବ୍ୟବହାର ବୃଦ୍ଧି କରିବାକୁ ଓଡ଼ିଶା ପ୍ରତିଶ୍ରୁତିବଦ୍ଧ । ଶକ୍ତି କ୍ଷେତ୍ରରେ ସଂସ୍କାର, ସୁଦୃଢ ଭିତ୍ତିଭୂମି, ପ୍ରଗତିଶୀଳ ରଣନୀତି, ରିନେବୁଲ ଏନର୍ଜିରେ ପୁଞ୍ଜି ବିନିଯୋଗ ମାଧ୍ୟମରେ ଓଡ଼ିଶା ସମଗ୍ର ଭାରତର ଶକ୍ତି କ୍ଷେତ୍ରର ପରିବର୍ତ୍ତନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛି ।