
ଭୁବନେଶ୍ୱର– ଭିଜିଲାନ୍ସ ବିଭାଗର ବନ ଶାଖା ଦ୍ୱାରା ବେଆଇନ କାଠ ବ୍ୟବସାୟ ବିରୁଦ୍ଧରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଓଡିଶା ଭିଜିଲାନ୍ସ ବନ ଶାଖା କଟକ ଜିଲ୍ଲାର ଗୋବିନ୍ଦପୁର ଥାନା ଅଧୀନସ୍ଥ ଏକ ଗାଁରେ ଚଢାଉ କରି ମାରି ପ୍ରାୟ ₹12 ଲକ୍ଷ ମୂଲ୍ୟର ଉପକରଣ ଏବଂ ମୂଲ୍ୟବାନ କାଠ ଜବତ କରିଛି। ବିନା ଲାଇସେନ୍ସ ରେ ଏହା ଚାଲୁଥିବା ସୂଚନା ପାଇବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। ଭିଜିଲାନ୍ସ ବିଭାଗ ଦ୍ୱାରା ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଏହି ସୂଚନା ଦିଆଯାଇଛି।
ଚଢାଉ ବେଳେ ଅଧିକାରୀମାନେ 9.18 କ୍ୟୁବିକ ଫିଟ୍ ମୂଲ୍ୟବାନ କାଠ ଏବଂ ଏଥିରେ ବ୍ୟବହାର କରା ଯାଉଥିବା ଉପକରଣ ଜବତ କରିଥିଲେ । । ଏହା ବାଦ ସେହି ସ୍ଥାନରେ 21.25 କ୍ୟୁବିକ ଫିଟ୍ ମୂଲ୍ୟବାନ କାଠର ମଧ୍ୟ ଜବତ କରାଯାଇଥିଲା ।
ଜବତ କରାଯାଇଥିବା ଉପକରଣ ଏବଂ ମୂଲ୍ୟବାନ କାଠର ମୋଟ ମୂଲ୍ୟ ପ୍ରାୟ ₹11,91,094 ହୋଇଥିବା ଆକଳନ କରାଯାଇଛି । ଭିଜିଲାନ୍ସ ଏହି ମାମଲାରେ ଅଧିକ ତଦନ୍ତ କରୁଛି ।