ଯୋଡ଼ା- ଦକ୍ଷିଣ ପୂର୍ବ ରେଳପଥ ଅନ୍ତର୍ଗତ ଚକ୍ରଧରପୁର ମଣ୍ଡଳ ଅଧିନସ୍ଥ ବଲାଣି ଖାଦାନ ଷ୍ଟେସନର ଲୋଡିଂ ପ୍ଲାଣ୍ଟ ସହିତ ସଂଲଗ୍ନ ରେଳବାଇ ଜମିରେ ଗଢି ଉଠିଥିବା ଆବାସିକ କ୍ଷେତ୍ରରେ ରେଳ ବିଭାଗ ପକ୍ଷରୁ ଶତାଧିକ ପରିବାରରକୁ ଘର ଖାଲି କରିବାକୁ ବିଜ୍ଞପ୍ତି ଜାରି କରିଛି ରେଳବିଭାଗ । ଏହି ବିଜ୍ଞପ୍ତି ପତ୍ର ପାଇବା ପରେ ଶତାଧିକ ପରିବାର ଏବେ ହତାଶ ଏବଂ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଚକ୍ରଧରପୁର ମଣ୍ଡଳ ଅନ୍ତର୍ଗତ ଡାଙ୍ଗୁଆପୋଷି ଅନୁଭାଗର ନିର୍ମାଣ ବିଭାଗର ବରିଷ୍ଠ ଅନୁଭାଗ ଯନ୍ତ୍ରୀ ଦ୍ୱାରା ଜାରି କରାଯାଇଥିବା ଏହି ବିଜ୍ଞପ୍ତି ରେ ୧୫ ଦିନ ମଧ୍ୟରେ ଘର ଖାଲି କରିବାକୁ ନିର୍ଦେଶ ଦିଆଯାଇଛି । ବଲାଣି ଖାଦାନ ରେଳ ସାଇଡ଼ିଂ ରେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହେବାକୁ ଥିବାରୁ ଏହି ବିଜ୍ଞପ୍ତି ପ୍ରକାଶ କରାଯାଉଛି ବୋଲି ଦର୍ଶାଯାଇଛି । ଏ ନେଇ ଆଜି ନିର୍ମାଣ ବିଭାଗର କିଛି କର୍ମଚାରୀ ଓ ରେଳବାଇ ପୁଲିସ କର୍ମଚାରୀ ଘର ଘର ବୁଲି ଏହି ବିଜ୍ଞପ୍ତି ବାଣ୍ଟି ଥିବା ବେଳେ ବନ୍ଦ ଘରେ ବିଜ୍ଞପ୍ତି ଲଗାଇଥିବା ପରିଲିକ୍ଷିତ ହୋଇଛି । ଅନ୍ୟ ପକ୍ଷରେ ଶତାଧିକ ପରିବାର ଏବେ ହତାଶ ଓ ଆତଙ୍କିତ ହୋଇ ପଡିଛନ୍ତି ।