ନୂଆପଡା- ନୂଆପଡା ଜିଲ୍ଲା ଖଡିଆଳ ସ୍ଥିତ ସ୍ବୟଂଶାସିତ ମହାବିଦ୍ୟାଳୟ ଠାରେ ମିଟ ଦି ସାଇିଷ୍ଟ ତଥା ବୈଜ୍ଞାନିକଙ୍କ ସହ ବାର୍ା କାର୍ଯ୍ୟକ୍ରମ ମଙ୍ଗଲବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ର୍ଯ୍ୟକ୍ରମକୁ କଲେଜ ଅଧ୍ୟକ୍ଷ ଡଃ. ହରେନ୍ଦ୍ର କୁମାର ପଣ୍ଡା ଉଦ୍ଘାଟନ କରିଥିବା ବେଳେ ଅଧ୍ୟାପକ ଡଃ. ପଦ୍ମଲୋଚନ ବର୍ମା ଅତିଥି ପରିଚୟ ପ୍ରଦାନ କରିଥିଲେ । ଡଃ ତରୁଣ କୁମାର ପ୍ରଧାନ କାର୍ଯ୍ୟକ୍ରମର ଉଦ୍ଧେଶ୍ୟ ଓ ସମ୍ମାନୀୟ ବକ୍ତାଙ୍କ ଆଲୋଚନା ବିଷୟ ଉପରେ ମତ ରଖôଥିଲେ । କାର୍ଯ୍ୟକ୍ରମରେ ବୈଜ୍ଞାନିକ ପ୍ରଫେସର ଏସ.କେ. ଦାସ, ପୂର୍ବତନ ବିଭାଗୀୟ ମୁଖ୍ୟ ବାୟୁବିଜ୍ଞାନ ଆଇଆଇଟି ଦିଲ୍ଲୀ ଓ ଭାରତୀୟ ମେଟେରୋଲଜିକାଲ ସୋସାଇଟି ସଭାପତି ବର୍ମାନ ପୃଥିବୀର ପରିବେଶ ଓ ତା ସµର୍କୀୟ ରିସର୍ଚ କାମ, ଯୁବକଙ୍କ ଭୂମିକା, ବିଶ୍ବ ତାପାୟନ, ସବୁଜ ଗ୍ୟାସ ପ୍ରଭୃତି ଉପରେ ଆଲୋଚନା କରିଥିଲେ । ଭାରତ ସରକାରଙ୍କ ଏନଆଇସିର ପୂର୍ବତନ ଡାଇରେକ୍ଝର ଜେନେରାଲ ଡଃ ସେଫାଳୀ ଦାସ ସାଇବର ସିକୁ୍ୟରିଟି ଉପରେ ତାଙ୍କର ବକ୍ତବ୍ୟ ରଖôଥିଲେ । ପରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରଶ୍ନ ବୈଜ୍ଞାନିକ ମାନଙ୍କୁ ପଚାରି ବୁଝିଥିଲେ । ପ୍ରଶ୍ନୋର କାର୍ଯ୍ୟକ୍ରମରେ ୧୫୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ପୂର୍ବତନ କଲେଜ ଅଧ୍ୟକ୍ଷା ଡଃ. ଅଞ୍ଜଳୀ ପାଢୀଙ୍କ ସମେତ କଲେଜର ଅଧ୍ୟାପକ, ଅଧ୍ୟାପିକା େଯାଗଦାନ କରିଥିଲେ ।