ଭୁବନେଶ୍ୱର-ପଣ୍ଡିତ ମଦନ ମୋହନ ମାଲଭୀୟଙ୍କ ସ୍ମୃତିଚାରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ମହାନ ଶିକ୍ଷାବିତ, ସ୍ୱାଧୀନତା ସଂଗ୍ରାମୀ ତଥା ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଭାରତ ରତ୍ନ ମହାତ୍ମା ପଣ୍ଡିତ ମଦନ ମୋହନ ମାଲଭୀୟଙ୍କ ପୁଣ୍ୟତିଥି ଅବସରରେ ତାଙ୍କୁ କୋଟି କୋଟି ପ୍ରଣାମ । ମହାମନା ମାଲଭୀୟ କେବଳ ଭାରତର ସ୍ୱାଧୀନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇନାହାନ୍ତି ବରଂ ଶିକ୍ଷାର କ୍ଷେତ୍ରରେ ନୂଆ କ୍ରାନ୍ତି ଆଣି ଭାରତର ଯୁବପିଢିକୁ ଜ୍ଞାନ ଓ ସଂସ୍କାରର ଅଦ୍ଭୁତ ଉପହାର ଦେଇଥିଲେ । ସେ ବିଶ୍ୱାସ କରୁଥିଲେ ଯେ ସଶକ୍ତ ଭାରତର ନିର୍ମାଣ କେବଳ ଶିକ୍ଷିତ ଓ ସଂସ୍କାରିତ ପିଢି ହିଁ କରିପାରିବ । ତାଙ୍କ ଅକଥନୀୟ ଉଦ୍ୟମରେ ସ୍ଥାପିତ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଆଜି ବି ଶିକ୍ଷା ଓ ସଂସ୍କାରର ଅଦ୍ୱିତୀୟ କେନ୍ଦ୍ର ପାଲଟିଛି । ତାଙ୍କ ରାଷ୍ଟ୍ରବାଦୀ ବିଚାର ସର୍ବଦା ହିଁ ଆମକୁ ରାଷ୍ଟ୍ରସେବା ଓ ସାମାଜିକ ଉତ୍ଥାନ ପାଇଁ କାର୍ଯ୍ୟ କରିବା ପାଇଁ ପ୍ରେରଣା ଦେଉଥିବ ।
Related Stories
November 23, 2024