ଗଞାମ– ବ୍ରହ୍ମପୁର ଉତ୍କଳ ଆଶ୍ରମ ଭାଷା ଭବନ କକ୍ଷରେ ଗଞ୍ଜାମ ଜିଲ୍ଲା ଲେଖକ ଓ ଲେଖିକା ସାମ୍ମୁଖ୍ୟର ସାହିତ୍ୟ ଆସର ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଲେଖକ ସାମ୍ମୁଖ୍ୟ ସଭାପତି ହାଡ଼ିବନ୍ଧୁ ମାଳି ଏବଂ ଲେଖିକା ସାମ୍ମୁଖ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ମିଶ୍ରଙ୍କ ଯୁଗ୍ମ ସଭାପତିତ୍ବରେ ଅନୁଷ୍ଠିତ ଏହି ସାହିତ୍ୟ ଆସରରେ ମୁଖ୍ୟ ଅତିଥି ଭାବରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ଅବସରପ୍ରାପ୍ତ ଇଂରାଜୀ ବିଭାଗ ପ୍ରଫେସର ଡକ୍ଟର ଇ. ରାଜା ରାଓ, ମୁଖ୍ୟବକ୍ତା ଭାବରେ ଅବସରପ୍ରାପ୍ତ ଅଧ୍ୟକ୍ଷା ଡଃ. ପୁଷ୍ପାଞ୍ଜଳି ପଢାଳ ସାଧାରଣ ସମ୍ପାଦକ ଦିନବନ୍ଧୁ ଶ୍ରୀପଲ୍ଲବ ଏବଂ ସଂଯୋଜିକା ନନ୍ଦିନୀ ମହାରଣା ପ୍ରମୁଖ ମଞ୍ଚାସିନ୍ ହୋଇ ସାହିତ୍ୟ ଆସର ଉଦ୍ଘାଟନ କରିଥିଲେ। ମୁଖ୍ୟବକ୍ତା ଡଃ. ପଢ଼ାଳ କବିତା ଓ ଗଳ୍ପ ରଚନା ରେ ଆମ ସମୟରେ ଘଟିଯାଉଥିବା ବିଭିନ୍ନ
ଘଟଣା ଓ ସମସ୍ୟାକୁ ନେଇ ଲେଖନୀ ଚାଳନା କରି ସଚେତନ କରାଇବା କବି ଓ ଲେଖକଙ୍କ କର୍ତ୍ତବ୍ୟ ବୋଲି ମତପ୍ରକାଶ କରିଥିଲେ। ଏହି ସାହିତ୍ୟ ଆସରରେ କୋଷାଧ୍ୟକ୍ଷ ନିତ୍ୟାନନ୍ଦ ପାଢୀଙ୍କ ସମେତ ଡଃ. ବିଜୟ କୁମାର ମହାରଣା, ପ୍ରମୋଦ କୁମାର ପଣ୍ଡା, ଶ୍ରୀମତୀ ପ୍ରମିଳା ମହଲା, ଭିକାରି ଚରଣ ମହାପାତ୍ର, ରାଧା ଚରଣ ନାୟକ, ସୁବାସ ଚନ୍ଦ୍ର ନାୟକ, ବିରୁପାକ୍ଷ ଦାଶ, ମୋହନ ସ୍ବାଇଁ, କୁମାର କାର୍ତ୍ତିକେଶ୍ବର ପ୍ରଧାନ, ରାଜେଶ କୁମାର ପାତ୍ର, ଅଭିରାମ ଚୌଧୁରୀ ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ। ଶେଷରେ ଦିନବନ୍ଧୁ ଶ୍ରୀପଲ୍ଲବ ଧନ୍ୟବାଦ ଅର୍ପଣ କରିଥିଲେ।