ନୂଆପଡା- ନୂଆପଡା ଜିଲ୍ଲା କୋମନା ବ୍ଲକ ତରବୋଡ ପାୟତ ଅନ୍ତର୍ଗତ ଧରମପୁର ଗ୍ରାମର ଜଣେ ମହିଳା ଦାଦନ ଶ୍ରମିକଙ୍କର ସିକନ୍ଦରାବାଦ ଠାରେ ଜ୍ବରରେ ମୃତୁ୍ୟ ହୋଇଯାଇଥିବା ପରିବାର ଲୋକେ ଅଭିେଯାଗ କରିଛନ୍ତି । ସୂଚନାମତେ ଚଳିତ ମାସ ୧୨ ତାରିଖ ଦିନ ଧରମପୁର ଗ୍ରାମର କୁଶରୁ ପହରିଆଙ୍କ ପରିବାରର ୪ ସଦସ୍ୟ କୁଶରୁ(୪୨), ସ୍ତ୍ରୀ ରଶ୍ମୀ(୩୫), ୨ଝିଅ ଫୁଲମତୀ(୧୭) ଓ ଦହନା(୧୧) ପ୍ରମୁଖ ଗ୍ରାମର ଅନ୍ୟ ୨ ପରିବାରଙ୍କ ସହ ୪୦ ହଜାର ଟଙ୍କା ବଇନା ନେଇ ଆନ୍ଧ୍ରପ୍ରଦେଶ ରାଜ୍ୟର ସିକନ୍ଦରାବାଦର ପଇଦାପାଲି ଅଳକୁ ଇଟା ଗଢିବାକୁ ଯାଇଥିଲେ । ଏହି ଶ୍ରମିକ ମାନଙ୍କୁ ଦାଦନ ଦଲାଲ ବରଗଡ ଜିଲାର ବରତୁଣ୍ଡା ଗ୍ରାମର ଗୋବିନ୍ଦ ସୁନା ବଇନା ଦେଇ ଇଟା ଗଢିବାକୁ ପଠାଇଥିବା ବେଳେ ସର୍ଦାର ଶିବ ରେଡ୍ଡିଙ୍କ ଇଟାଭାଟିରେ ନିୟୋଜିତ ଥିଲେ । ହେଲେ ୧୫ ତାରିଖ ଦିନ ଇଟାଭାଟିରେ କୁଶରୁ ପହରିଆଙ୍କ ସ୍ତ୍ରୀ ରଶ୍ମୀ ପହରିଆଙ୍କୁ ଅତ୍ୟଧିକ ଜ୍ବର ହୋଇଥିଲା । ଏନେଇ କୁଶରୁ ଏବଂ ଅନ୍ୟ ଶ୍ରମିକ ମାନେ ଜ୍ବର ହୋଇଥିବା ନେଇ ସର୍ଦାରଙ୍କୁ ଜଣାଇ ଡାକ୍ତରଖାନା ନେବାକୁ ଅନୁରୋଧ କରିଥିଲେ । ସର୍ଦାର ୧୯ ତାରିଖ ତାରିଖ ଦିନ ଆମ୍ବୁଲାନ୍ସକୁ ଡାକି ଡାକ୍ତରଖାନା ନେବା ବ୍ୟବସ୍ଥା କରିଥିବା ବେଳେ ଆମ୍ବୁଲାନ୍ସ କର୍ମଚାରୀ ମହିଳାଙ୍କର ମୃତୁ୍ୟ ହୋଇଯାଇଥିବା ନେଇ ସୂଚନା ଦେଇଥିଲେ । ଏନେଇ ଆମ୍ବୁଲାନ୍ସ କର୍ମଚାରୀ ସିକନ୍ଦରାବାଦ ଗାନ୍ଧୀଛକ ପୁଲିସ ଷ୍ଟେସନରେ ଅଭିେଯାଗ ପରେ ମୃତ ମହିଳାଙ୍କ ପୁଅ ଦୁର୍ଜନ ପହରିଆ ଘଟଣାସ୍ଥଳକୁ ପହôବା ପରେ ମୃତ ଦେହକୁ ସେଠାରେ ଜଲାଇ ଦିଆଯାଇଥିବା ଜଣାପଡିଛି । ଅନ୍ୟପକ୍ଷରେ ନୂଆପଡା ଜିଲ୍ଲାରେ ଦାଦନ ସମସ୍ୟା ଗୁରୁତର ରୂପ ଧାରଣ କରିଥିବା ବେଳେ ଏଠାକାର ପ୍ରତିପ୍ରାନ୍ତର ଲୋକେ ଦାଦନ ଖଟିଯାଇ ଅନେକ ସମୟରେ ମୃତୁ୍ୟ ବରଣ, ହଇରାଣ ହରକତ କରିବା ସହ ମହିଳା ଶ୍ରମିକଙ୍କୁ ଶାରୀରିକ ଓ ମାନସିକ କ୍ଷେତ୍ରରେ ନିର୍ଯ୍ୟାତନା ଦେଉଥିବା ଖବର ଅନେକ ସମୟରେ ଦୃଷ୍ଟିଗୋଚର ହେଉଥିବା ବେଳେ ସରକାରୀସ୍ତରରେ ଏହାର ବିହିତ ପଦକ୍ଷେପ ଗ୍ରହଣ କରି ଦାଦନ ସମସ୍ୟାର ମୁଲୋପôାଟନ କରିବାର ଯଥେଷ୍ଟ ଆବଶ୍ୟକତା ରହିଥିବା ସାଧାରଣରେ ଦାବୀ ହେଉଛି ।
Related Stories
January 15, 2025