ଭୁବନେଶ୍ୱର– ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀ ଗସ୍ତ କରିବେ। ସେଠାରେ ସେ ପ୍ରବାସୀ ଭାରତୀୟ ଦିବସର ୱେବ୍ସାଇଟ୍ ଶୁଭାରମ୍ଭ କରିବେ ଏବଂ ବୁଧବାର ମୁଖ୍ୟମନ୍ତ୍ରୀ ଭୁବନେଶ୍ଵର ଫେରିବେ ।
ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଦିନ ୯ଟା ୪୦ ମିନିଟ୍ରେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ସେ ପ୍ରବାସୀ ଭାରତୀୟ ଦିବସ ୱେବ୍ସାଇଟ ଶୁଭରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ବୁଧବାର ମଧ୍ଯରରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରେ ଫେରିବାର କାର୍ଯ୍ୟକ୍ରମ ରହିଛି ।
ସୂଚନାଯୋଗ୍ୟ ଯେ, ଆସନ୍ତା ଜାନୁଆରୀ ୮ରୁ ୧୦ ତିନି ଦିନ ଧରି ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଜାନୁଆରୀ ୧୯ରେ ଅନ୍ତିମ ଦିବସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି ୮ କିମ୍ବା ୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ ଭକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି । ଦେଶ ବାହାରେ ରହୁଥିବା ପ୍ରବାସୀ ଓଡି଼ଶାର କଳା, ସଂସ୍କୃତି ବିଷୟରେ ଜାଣିପାରିବେ ।