ଗିରିଡିହ- ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ଯେ, ଏନଡିଏ ଓ ବିଜେପିକୁ ଛାଡି ଝାରଖଣ୍ଡର କେହି ହିତୈଶୀ ନାହାନ୍ତି । ସେ କହିଛନ୍ତି ଯେ, ଝାରଖଣ୍ଡ ଗଠନ ହେବା ସମୟରେ କଂଗ୍ରେସ ପାର୍ଟିର ଲୋକେ ସମସ୍ୟା ସୃଷ୍ଟି କରୁଥିଲେ । ଲାଲୁ ଯାଦବ କହିଥିଲେ ମୋର ଶବ ଉପରେ ଝାରଖଣ୍ଡ ବନିବ । ଲାଲୁ ଯାଦବ ବଂଚିଛନ୍ତି ଏବଂ ଝାରଖଣ୍ଡ ବି ଗଠନ ହୋଇଛି । ଅଟଳ ବିହାରୀ ବାଜପେୟୀଙ୍କୁ ଏହାର ଶ୍ରେୟ ଦିଆଯାଉଛି । ଆମେ ଝାରଖଣ୍ଡ ଗଠନ କରିଛ ଏବଂ ଏହାକୁ ସଜାଡିବୁ ମଧ୍ୟ ।
ନଡ୍ଡା ମଙ୍ଗଳବାର ଝାରଖଣ୍ଡର ବଗୋଦରରେ ଏନଡିଏ ପ୍ରାର୍ଥୀ ନାଗେନ୍ଦ୍ର ମହତୋଙ୍କ ସପକ୍ଷରେ ଜନସଭାକୁ ସଂବୋଧିତ କରିଛନ୍ତି । ସେ କହିଛନ୍ତି ଯେ, ଆମର ବୀର-ବୀରାଙ୍ଗନା ମାନେ ଅତ୍ୟାଚାରୀ ସରକାରକୁ ଉପାଡି ଫିଙ୍ଗିଛନ୍ତି ଏବଂ ଏବେ ସମୟ ଆସିଛି ଯେ, ଏହି ବୀର ବୀରାଙ୍ଗନାମାନେ ଝାରଖଣ୍ଡରୁ ଏହି ସରକାରକୁ ଉପାଡି ଫିଙ୍ଗିବେ । ଏହାସହିତ କହିଛନ୍ତି ଯେ, ଯେଉଁଠି ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା-କଂଗ୍ରେସ-ଆରଜଡି ଅଛି, ସେଠାରେ ଦୁର୍ନୀତି ଅଛି । ଯେଉଁଠି ଏହି ତିନି ପାର୍ଟି ଅଛନ୍ତି, ସେଠାରେ ପରିବାରବାଦ ରହିଛି । ଏମାନେ ପରିବାରବାଦର ସୂଚକ ଅଟନ୍ତି । ଏମାନେ ଆପଣଙ୍କ ସବୁ ଭାଗକୁ ଲୁଟିବା ବାଲା ଲୋକ ଅଟନ୍ତ ବୋଲି ନଡ୍ଡା କହିଛନ୍ତି ।