ନୂଆଦିଲ୍ଲୀ- କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ନୂଆଦିଲ୍ଲୀରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଂଚଳର ସଚିବଙ୍କ ସହିତ ଉଚ୍ଚ ଏବଂ ଟେକ୍ନିକାଲ ଶିକ୍ଷା ଉପରେ ଦୁଇ ଦିବସୀୟ ଜାତୀୟ କାର୍ଯ୍ୟଶାଳାର ଉଦଘାଟନ କରିଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ଏକାଡେମୀ ନେତା ଓ ପ୍ରଶାସକଙ୍କୁ ଧ୍ୟାନ କେନ୍ଦ୍ରିତ କରିବା ପାଇଁ ପାଂଚ ପ୍ରମୁଖ କ୍ଷେତ୍ରର ପରାମର୍ଶ ଦେଇଛନ୍ତି । ଏଥିରେ ଅର୍ଥପୋଷଣର ଅଭିନବ ପ୍ରଣାଳୀ ମାଧ୍ୟମରେ ସାର୍ବଜନୀନ ବିଶ୍ୱବିଦ୍ୟାଳୟକୁ ମଜବୁତ କରିବା, ଉଦ୍ୟୋଗର ଦାବି ଅନୁସାରେ ଏବଂ ରାଜ୍ୟ ତଥା କେନ୍ଦ୍ର ଶାସିତ ରାଜ୍ୟର ଆବଶ୍ୟକତା ଓ ଆକାଂକ୍ଷା ଅନୁସାରେ ପାଠ୍ୟକ୍ରମକୁ ସଂରକ୍ଷିତ କରିବା ଏବଂ ପ୍ରସ୍ତୁତ କରିବା ପାଇଁ ଥିଙ୍କ ଟ୍ୟାଙ୍କ ସ୍ଥାପିତ କରିବାକୁ ପଡିବ । ବୈଶ୍ୱିକ ସମସ୍ୟାର ସମାଧାନ କରିବାରେ ନେତୃତ୍ୱ ସମ୍ଭାଳିବା ପାଇଁ ଗବେଷଣା ଓ ଉଦ୍ଭାବନ ପାଇଁ ଏକ ବହୁ ବିଷୟକ ଦୃଷ୍ଟିକୋଣ ଆପଣାଇବାକୁ ପଡିବ । ପ୍ରତିଷ୍ଠିତ କେନ୍ଦ୍ର ତଥା ରାଜ୍ୟ ସଂସ୍ଥା ସହିତ ସହଯୋଗ ମାଧ୍ୟମରେ ପ୍ରତ୍ୟେକ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଂଚଳରେ ଏକାଡେମିକ ନେତୃତ୍ୱ ବିକାଶ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ଏବଂ ଖେଳ, ବାଦ ବିବାଦ, କବିତା, ନାଟକ, କଳା ପ୍ରଦର୍ଶନ ମାଧ୍ୟମରେ ପରିସର ଜୀବନର ଜୀବନ୍ତତାକୁ ପୁର୍ନଜୀବିତ କରିବା ଏବଂ ଏହି ଅଣ-ଶିକ୍ଷଣିକ ଦିଗକୁ ପ୍ରାଥମିକତା ଦେବା ସାମିଲ ରହିଛି ।
Related Stories
November 21, 2024